Advertisment

ଅଗଷ୍ଟରୁ ଦୂର ହେବ ଟିକା ସମସ୍ୟା: ଦେଶରେ ଉପଲବ୍ଧ ହେବ ୨୧୬ କୋଟି ଟିକା

ଟିକାକୁ ନେଇ ବଡ଼ ସୂଚନା ଦେଲେ ନୀତି ଆୟୋଗ ସଦସ୍ୟ ଭି.କେ ପଲ। ଆସନ୍ତା ଡିସେମ୍ବର ସୁଦ୍ଧା ୨୧୬ କୋଟି ଟିକା ନେଇ ଭି.କେ ପଲ କହିଛନ୍ତି। ଏହାସହ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଟିକା ଅଭାବ ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
ଅଗଷ୍ଟରୁ ଦୂର ହେବ ଟିକା ସମସ୍ୟା: ଦେଶରେ ଉପଲବ୍ଧ ହେବ ୨୧୬ କୋଟି ଟିକା

corona vaccine

ନୂଆଦିଲ୍ଲୀ: ଟିକାକୁ ନେଇ ବଡ଼ ସୂଚନା ଦେଲେ ନୀତି ଆୟୋଗ ସଦସ୍ୟ ଭି.କେ ପଲ। ଆସନ୍ତା ଡିସେମ୍ବର ସୁଦ୍ଧା ୨୧୬ କୋଟି ଟିକା ଉପଲବ୍ଧ ହେବା ନେଇ ଭି.କେ ପଲ କହିଛନ୍ତି। ଏହାସହ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଟିକା ଅଭାବ ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି। ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ  ୨୧୬ କୋଟି ଟିକା ଦେଶରେ ଉପଲବ୍ଧ ହେବ। ଏହାସହ କୋଭିସିଲ୍ଡ, କୋଭାକ୍ସିନ ସହ ବହୁ ବିଦେଶୀ କଂପାନୀ ଟିକା ବି ମିଳିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୭୫ କୋଟି କୋଭିସିଲ୍ଡ ଉପଲବ୍ଧ ଆକଳନ କରାଯାଇଛି।

Advertisment

କୋଭାକ୍ସିନ ୫୫ କୋଟି, ବାୟୋ ଇ-ଟିକା ୩୦ କୋଟି ଉପଲବ୍ଧ ହେବା ନେଇ ଆକଳନ କରାଯାଇଛି। ଜାଇଡସ୍ କାଡିଲା ଟିକା ୫ କୋଟି, SII ନୋଭାଭାକ୍ସ ୨୦ କୋଟି ଉପଲବ୍ଧ ହେବ ବୋଲି କୁହାଯାଇଛି। କେବଳ ଏତିକି ନୁହେଁ ବରଂ ବିବି ନାଜାଲ ଭାକ୍ସିନ ୧୦ କୋଟି, ଜେନୋଭା ଟିକା ୬ କୋଟି ଉପଲବ୍ଧ ହେବ। ଏହାସହ ରୁଷ୍ ଟିକା ସ୍କୁଟନିକ୍-ଭି ମଧ୍ୟ ୧୫.୬ କୋଟି ଉପଲବ୍ଧ ହେବ ବୋଲି କହିଛନ୍ତି ପଲ୍।

ଏହାସହ ଆସନ୍ତା ସପ୍ତାହରେ ସ୍ପୁଟନିକ-ଭି ଟିକା ମାର୍କେଟରେ ମିଳିବା ସମ୍ଭାବନା। ଟିକା ସଂପର୍କରେ ବଡ଼ ସୂଚନା ଦେଇଛନ୍ତି ଭି.କେ. ପଲ୍। ଆସନ୍ତା ସପ୍ତାହରେ ସ୍କୁଟନିକ ଭି ମାର୍କେଟରେ ମିଳିବା ନେଇ ଆଶାବାଦୀ ବୋଲି କହିଲେ। ଏହାସହ ରୁଷରୁ ଆସୁଥିବା ସୀମତ ସଂଖ୍ୟକ ଟିକା ମାର୍କେଟରେ ମିଳିବା ସମ୍ଭାବନା ରହିଛି ବୋଲି ଶ୍ରୀ ପଲ୍ ସୂଚନା ଦେଇଛନ୍ତି।

Advertisment

ସେପଟେ, ଦ୍ୱିତୀୟ ଲହରରେ ବୟସ୍କଙ୍କ ସହ ଯୁବବର୍ଗ ବି ଅଧିକ ସଂକ୍ରମିତ ହେଉଥିବା ବେଳେ ଆଶଙ୍କା କରାଯାଉଛି ତୃତୀୟ ଲହର ପିଲାଙ୍କୁ ଟାର୍ଗେଟ୍ କରିବ ବୋଲି। ତେବେ ଆଶ୍ୱସ୍ତିର କଥା, ଶିଶୁ ଓ କିଶୋରଙ୍କ ପାଇଁ ବି ଖୁବଶୀଘ୍ର ଆସିପାରେ କରୋନା ଟିକା। ୨ରୁ ୧୮ ବର୍ଷ ବୟସ ବର୍ଗ ଲାଗି ଆରମ୍ଭ ହେଉଛି ଦେଶୀ ଟିକା। କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଟିକା ଆସିବା ନେଇ ଚର୍ଚ୍ଚା ହେଉଛି। ସେପଟେ କୋଭିସିଲ୍ଡର ୨ ଡୋଜ୍ ମଧ୍ୟରେ ବ୍ୟବଧାନକୁ ଅନ୍ୟୁନ ୬ ସପ୍ତାହକୁ ବୃଦ୍ଧି କରାଯାଇଛି। ଏପଟେ ଓଡ଼ିଶାରେ କେନ୍ଦ୍ର ନିର୍ଦ୍ଦେଶକ୍ରମେ ପରିଚୟ ପତ୍ର ନଥିବା ଅବହେଳିତ ଓ ସମ୍ବେଦନଶୀଳ ବର୍ଗଙ୍କୁ ବି ଟିକା ଦେବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା।

ଶିଶୁ ଓ କିଶୋରଙ୍କୁ ବି ଖୁବଶୀଘ୍ର ମିଳିପାରେ କରୋନା କବଚ। ସ୍ୱଦେଶୀ ଟିକା କୋଭାକ୍ସିନର ପରୀକ୍ଷଣ ଆରମ୍ଭ କରିବ ଭାରତ ବାୟୋଟେକ୍। ୨ରୁ ୧୮ ବର୍ଷ ବୟସ୍କଙ୍କ ଠାରେ ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରକ ସଂଗଠନ CDSCOର ବୈଷୟିକ ବିଶେଷଜ୍ଞ କମିଟି ଅନୁମତି ଦେଇଥିବା ସୂଚନା ମିଳିଛି। ଦିଲ୍ଲୀ ଓ ପାଟନା ଏମ୍ସ ସମେତ ୫୨୫ଟି ସ୍ଥାନରେ ଟ୍ରାଏଲ୍ ବେଳେ, କୋଭାକ୍ସିନର ନିରାପତ୍ତା, ପାର୍ଶ୍ୱ ପ୍ରତିକ୍ରିୟା ଓ କରୋନା ପ୍ରତିରୋଧକ ଶକ୍ତି ସୃଷ୍ଟି ସଂପର୍କରେ ଅଧ୍ୟୟନ କରାଯିବ ବୋଲି ସୂଚନା ମିଳିଛି।

Advertisment
Advertisment