Aul-Postmaster-Scam Photograph: (OTV)
କଥାରେ ଅଛି ବାଡ଼ ଯଦି ଫସଲ ଖାଏ ତେବେ ଗୁହାରି କରିବ କାହାକୁ। ନିଜ କଷ୍ଟ ଉପାର୍ଜିତ ଟଙ୍କାକୁ ସୁରକ୍ଷିତ ରଖିବାପାଇ ଲୋକମାନେ ପୋଷ୍ଟ ଅଫିସରେ ଜମାଖାତା ଖୋଲିଥିଲେ। ହେଲେ ତାଙ୍କ ଟଙ୍କାକୁ ହଡ଼ପ କରିନେଲେ ପୋଷ୍ଟମାଷ୍ଟର ବାବୁ। ଏପରି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ବରୁଣା ଉପ-ଡାକଘରରେ ଦେଖିବାକୁ ମିଳିଛି।
ଏଠି ଦାୟିତ୍ୱରେ ଥିବା ପୋଷ୍ଟମାଷ୍ଟର ଆଶିକ୍ କୁମାର ମାହାଲି ଜମାକାରୀମାନଙ୍କର ୨୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ କରିନେଇଥିବା ଅଭିଯୋଗ ହୋଇଛି। ୫୦ରୁ ଉର୍ଦ୍ଧ୍ବ ଜମାକାରୀଙ୍କ ଜମାଖାତାରୁ ଟଙ୍କା ଉଠାଇ ନେଇଛନ୍ତି ପୋଷ୍ଟମାଷ୍ଟର। ଏବେ ଘଟଣା ପଦାକୁ ଆସିବା ପରେ ମୁଣ୍ଡରେ ହାତ ଦେଇବ ସିଛନ୍ତି ଜମାକାରୀ ।
ଏହି ଡାକଘରେ ୨ହଜାରରୁ ଉର୍ଦ୍ଧ୍ବଲୋକଙ୍କ ଜମାଖାତା ରହିଛି। ପୋଷ୍ଟମାଷ୍ଟର ସେମାନଙ୍କ ମଧ୍ୟରୁ ଶତାଧିକ ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇ ଜମାଖାତା ନିଜ ପାଖରେ ରଖିଥିଲେ। ହେଲେ ସେମାନଙ୍କ ଅଜାଣତରେ ଲକ୍ଷଲକ୍ଷ ଟଙ୍କା ଉଠାଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଡାକବିଭାଗର ଉଚ୍ଚପଦସ୍ତ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ ସମ୍ପୃକ୍ତ ପୋଷ୍ଟ ମାଷ୍ଟରଙ୍କ ନାଁରେ ବିଭାଗ ପକ୍ଷରୁ ରାଜକନିକା ଥାନାରେ ଏତଲା ଦିଆଯାଇଛି। ଅନ୍ୟପଟେ ପୋଷ୍ଟ ମାଷ୍ଟର ବାବୁ ଏବେ ଫେରାର ହୋଇଯାଇଛନ୍ତି।
ତେବେ ଏହି ଘୋଟାଲାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଜମାକାରୀ ମାନଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଅନ୍ୟପଟେ ଏନେଇ ସମ୍ପୃକ୍ତ ପୋଷ୍ଟମାଷ୍ଟରଙ୍କ ପତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/13/aul-postmaster-scam-2025-12-13-14-28-18.jpg)