Advertisment

୨ ଦିନିଆ ରିମାଣ୍ଡରେ ଗଲେ ଓଟିଭି ସିଏଫ୍‌ଓ

ଭୁବନେଶ୍ୱର: ଓଟିଭିର ଚିଫ୍ ଫାଇନାନ୍ସ ଅଫିସର(ସିଏଫ୍‌ଓ) ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ୨ ଦିନିଆ ରିମାଣ୍ଡରେ ନେଇଥିବା ସୂଚନା ମିଳିଛି। ଅଧିକ ଦିନର ରିମାଣ୍ଡ ମାଗିଥିଲେ ବି କୋର୍ଟ ମାତ୍ର ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିବା EOWର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଜମି କିଣାବିକା ମାମଲାରେ ମନୋରଞ୍ଜନଙ୍କୁ ଗତକାଲି ଗିରଫ କରାଯାଇଥିଲା ବୋଲି ପ୍ରେସ୍ ରିଲିଜ୍ ଯୋଗେ ସୂଚନା ଦେଇଥିଲା EOW। ତାଙ୍କ ବିରୋଧରେ […]

author-image
Otv Khabar Bureau
ଅଦ୍ୟତନ ହୋଇଛି
୨ ଦିନିଆ ରିମାଣ୍ଡରେ ଗଲେ ଓଟିଭି ସିଏଫ୍‌ଓ

otv cfo

ଭୁବନେଶ୍ୱର: ଓଟିଭିର ଚିଫ୍ ଫାଇନାନ୍ସ ଅଫିସର(ସିଏଫ୍‌ଓ) ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ୨ ଦିନିଆ ରିମାଣ୍ଡରେ ନେଇଥିବା ସୂଚନା ମିଳିଛି। ଅଧିକ ଦିନର ରିମାଣ୍ଡ ମାଗିଥିଲେ ବି କୋର୍ଟ ମାତ୍ର ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିବା EOWର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Advertisment

ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଜମି କିଣାବିକା ମାମଲାରେ ମନୋରଞ୍ଜନଙ୍କୁ ଗତକାଲି ଗିରଫ କରାଯାଇଥିଲା ବୋଲି ପ୍ରେସ୍ ରିଲିଜ୍ ଯୋଗେ ସୂଚନା ଦେଇଥିଲା EOW। ତାଙ୍କ ବିରୋଧରେ ୪୨୦, ୪୨୩, ୪୬୭, ୪୬୮ ଓ ୪୭୧ ଭଳି ଦଫା ଲଗା ଯାଇଛି। ଏଥିସହ 120 ବିର ସେକ୍ସନ 3 (1) (G, Q) SC/ST ଆଇନରେ ସିଏଫ୍ଓଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚର EOW ପ୍ରେସ୍ ରିଲିଜରେ ଉଲ୍ଲେଖ କରିଥିଲା।

ଗିରଫ ପରେ କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ କୋର୍ଟରେ ହାଜର କରାଯାଇଥିଲା। ଏହାସହ ରିମାଣ୍ଡରେ ନେବାକୁ କ୍ରାଇମ୍‌ବ୍ରାଞ୍ଚ EOW ଆବେଦନ କରିଥିଲା। ତେବେ କୋର୍ଟ ମାତ୍ର ୨ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି।

Advertisment

Advertisment
Advertisment