Advertisment

‘ସରକାର କିଛି ଲୁଚାଇବାକୁ ଚାହୁଁଛନ୍ତି କି ?’

‘ସରକାର

author-image
Otv Khabar Bureau
ଅଦ୍ୟତନ ହୋଇଛି

ଭୁବନେଶ୍ୱର: ଓଟିଭି CFO ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଉଠାଇ ନେବା ଘଟଣାକୁ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ କଡ଼ା ଭର୍ତ୍ସନା କରିଛନ୍ତି।

Advertisment

ସେ କହିଛନ୍ତି, ‘ଏସବୁ ଦେଖି ମୁଁ ଆଶ୍ଚର୍ଯ୍ୟ ଓ ଚକିତ। ସରକାରଙ୍କ ଅହଙ୍କାର ନା ସରକାର ଡରି ଯାଇଛନ୍ତି ? ନା ସରକାର କିଛି ଲୁଚାଇବାକୁ ଚାହୁଁଛନ୍ତି। ପାରଦର୍ଶିତା ସହିତ ଓଟିଭିର କର୍ମକର୍ତ୍ତାଗଣ ନିଜର କାମ ତୁଲାଉଛନ୍ତି। ଯଦି କୌଣସି ପ୍ରକାରର ଅପ୍ରିୟ ସତ୍ୟ, ଅପ୍ରିୟ ଘଟଣା ଲୋକଲୋଚନକୁ ଆସୁଛି, ତା’ହେଲେ ରାଜ୍ୟ ସରକାର ଏହାକୁ ସ୍ୱାଗତ କରିବା କଥା।

ସେ ଆହୁରି କହିଛନ୍ତି, ‘ଉଦ୍ଦେଶ୍ୟମୂଳକ ଭାବେ ଓଟିଭିକୁ ହଇରାଣ କରାଯାଉଛି। ସରକାର ନିଜର କାର୍ଯ୍ୟପ୍ରଣାଳୀ ଉପରେ ଧ୍ୟାନ ଦିଅନ୍ତୁ। ଗୋଟିଏ ପରେ ଗୋଟିଏ ଭୁଲ୍‌ ନ କରନ୍ତୁ। ବିନାଶ କାଳେ ବିପରୀତ ବୁଦ୍ଧି।  ଓଡ଼ିଶାରେ ଏମିତି ଏକଛତ୍ରବାଦ କରାନଯାଉ।’

Advertisment

‘ଜବରଦସ୍ତି ଘରେ ପଶି ମୋ ବାପାଙ୍କୁ ଉଠାଇ ନେଲେ’

Advertisment
Advertisment