Advertisment

ପୋଷ୍ଟ ଅଫିସରେ ଜମାକାରୀଙ୍କ ଅର୍ଥ ଆତ୍ମସାତ୍

ଫୁଲବାଣୀ: ପୋଷ୍ଟ ଅଫିସ୍‌ରେ ଜମାକାରୀଙ୍କ ଅର୍ଥ ଆତ୍ମସାତ୍ ହୋଇଛି। କନ୍ଧମାଳ ଜିଲ୍ଲା ରଣପାଟୁଳି ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଜମାକାରୀମାନେ ପୋଷ୍ଟ ଅଫିସରେ ବିଭିନ୍ନ ଯୋଜନାରେ ଟଙ୍କା ଡିପୋଜିଟ୍ କରୁଥିଲେ। କିନ୍ତୁ ପୋଷ୍ଟ ମାଷ୍ଟର ରାମଚରଣ ସେଠୀ ସେହି ଟଙ୍କାକୁ ଜମା ନ କରି ଆତ୍ମସାତ୍ କରୁଥିଲେ। କିଛି ମାସ ଧରି ସେ ଅଫିସ ନ ଆସିବାରୁ ଜମାକାରୀ ମାନେ ଟଙ୍କା ଉଠାଇ ନ ପାରି ଅସୁବିଧାରେ […]

ପୋଷ୍ଟ ଅଫିସରେ ଜମାକାରୀଙ୍କ ଅର୍ଥ ଆତ୍ମସାତ୍

daka

Advertisment

ଫୁଲବାଣୀ: ପୋଷ୍ଟ ଅଫିସ୍‌ରେ ଜମାକାରୀଙ୍କ ଅର୍ଥ ଆତ୍ମସାତ୍ ହୋଇଛି। କନ୍ଧମାଳ ଜିଲ୍ଲା ରଣପାଟୁଳି ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି।

Advertisment

publive-imageଜମାକାରୀମାନେ ପୋଷ୍ଟ ଅଫିସରେ ବିଭିନ୍ନ ଯୋଜନାରେ ଟଙ୍କା ଡିପୋଜିଟ୍ କରୁଥିଲେ। କିନ୍ତୁ ପୋଷ୍ଟ ମାଷ୍ଟର ରାମଚରଣ ସେଠୀ ସେହି ଟଙ୍କାକୁ ଜମା ନ କରି ଆତ୍ମସାତ୍ କରୁଥିଲେ। କିଛି ମାସ ଧରି ସେ ଅଫିସ ନ ଆସିବାରୁ ଜମାକାରୀ ମାନେ ଟଙ୍କା ଉଠାଇ ନ ପାରି ଅସୁବିଧାରେ ପଡିଥିଲେ। ପରେ ସେମାନେ ବ୍ଲକ ମୁଖ୍ୟ ଡାକଘରକୁ ଗଲା ପରେ ନିଜ ଆକାଉଣ୍ଟରେ ଟଙ୍କା ଜମା ହୋଇ ନ ଥିବା ଜାଣିବାକୁ ପାଇଥିଲେ।

publive-imageଉତ୍ତ୍ୟକ୍ତ ଜମାକାରୀ ପୋଷ୍ଟ ମାଷ୍ଟରଙ୍କୁ ଖୋଜି ବାହାର କରିବା ପରେ ତାଙ୍କୁ ନେଇ ଫୁଲବାଣୀ ମୁଖ୍ୟ ଡାକଘରର ଉପ-ଅଧୀକ୍ଷକଙ୍କ ନିକଟରେ ଫେରାଦ ହୋଇଥିଲେ।

Advertisment

ସେପଟେ ଟଙ୍କା ଆତ୍ମସାତ୍ ଅଭିଯୋଗକୁ ସଂପୃକ୍ତ ପୋଷ୍ଟ ମାଷ୍ଟର ସ୍ୱୀକାର କରିବା ସହ ଟଙ୍କା ଫେରାଇ ଦେବେ ବୋଲି କହିଛନ୍ତି।  ଏ ବାବଦରେ ମୁଖ୍ୟ ଡାକଘର ଉପ-ଅଧିକ୍ଷକ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ