Advertisment

ଖାଲି ପଡ଼ିଥିବା ୬୪୩୨ OSSSC ନର୍ସିଂ ଅଫିସର ପଦବୀ ପାଇଁ ଆବେଦନ ତାରିଖ ଘୁଞ୍ଚିଲା

ଭୁବନେଶ୍ୱର: OSSSC ନର୍ସିଂ ଅଫିସର ପଦବୀ ପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଇଛି। ଓଡ଼ିଶା ସବ୍‌-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ଖାଲି ପଡ଼ିଥିବା ୬୪୩୨ ପଦବୀ  ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ପୂର୍ବରୁ ଏହି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲେ ହେଁ ଏବେ  ଏହାର ସମୟ ସୀମା ବୃଦ୍ଧି କରାଯାଇଛି। ପରିବର୍ତ୍ତିତ ସମୟ ଅନୁସାରେ ଇଚ୍ଛୁକ ପ୍ରାର୍ଥୀ ଜାନୁଆରୀ ୫ ତାରିଖ ୨୦୨୧ ଭିତରେ ଆବେଦନ କରିପାରିବେ। ବିଭାଗୀୟ ୱେବସାଇଟ୍‌ osssc.gov.inରେ ଜାରି ଅଧିସୂଚନା ଅନୁଯାୟୀ, […]

ଖାଲି ପଡ଼ିଥିବା ୬୪୩୨ OSSSC ନର୍ସିଂ ଅଫିସର ପଦବୀ ପାଇଁ ଆବେଦନ ତାରିଖ ଘୁଞ୍ଚିଲା

121212

Advertisment

ଭୁବନେଶ୍ୱର: OSSSC ନର୍ସିଂ ଅଫିସର ପଦବୀ ପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଇଛି। ଓଡ଼ିଶା ସବ୍‌-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ଖାଲି ପଡ଼ିଥିବା ୬୪୩୨ ପଦବୀ  ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ପୂର୍ବରୁ ଏହି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲେ ହେଁ ଏବେ  ଏହାର ସମୟ ସୀମା ବୃଦ୍ଧି କରାଯାଇଛି। ପରିବର୍ତ୍ତିତ ସମୟ ଅନୁସାରେ ଇଚ୍ଛୁକ ପ୍ରାର୍ଥୀ ଜାନୁଆରୀ ୫ ତାରିଖ ୨୦୨୧ ଭିତରେ ଆବେଦନ କରିପାରିବେ।

Advertisment

ବିଭାଗୀୟ ୱେବସାଇଟ୍‌ osssc.gov.inରେ ଜାରି ଅଧିସୂଚନା ଅନୁଯାୟୀ, ଇଚ୍ଛୁକ ପ୍ରାର୍ଥୀଙ୍କୁ ୧୨ମ ପାସ ସାର୍ଟିଫିକେଟ ଦେବା ଜରୁରୀ। ଏଥସହିତ B.Sc ନର୍ସିଂ କିମ୍ବା ଜିଏନ୍‌ଏମରେ ଡିପ୍ଲୋମା କରିଥିବା ଜରୁରୀ। ଆବେଦନକାରୀଙ୍କ ବୟସ ୨୧ବର୍ଷରୁ ଅଧିକ ଏବଂ ୨୦୨୦ ଡିସେମ୍ବର ୪ ତାରିଖ ସୁଦ୍ଧା ୩୨ ବର୍ଷରୁ  କମ୍‌ ହୋଇଥିବ।

ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ  

୧-ଅନଲାଇନ୍‌ ରେଜିଷ୍ଟ୍ରେଶନ ଆରମ୍ଭ ତିଥି-ଡିସେମ୍ବର ୭ ତାରିଖ ୨୦୨୦

୨-ଅନ୍‌ଲାଇନ ରେଜିଷ୍ଟ୍ରେଶନ ଏବଂ ଅନଲାଇନ ଫିସ୍‌ ଜାମ କରିବାର ଶେଷ ତାରିଖ ଜାନୁଆରୀ ୫ ୨୦୨୧

Advertisment

୩-ଅନ୍‌ଲାଇନ ଆବଦନର ଶେଷ ତାରିଖ-ଜାନୁଆରୀ ୫ ତାରିଖ ୨୦୨୧

୪-ଅନ୍‌ଲାଇନ ଆପ୍ଲିକେଶନ ଦାଖଲର ଶେଷ ତାରଖ-ଜାନୁଆରୀ ୧୨ ତାରିଖ ୨୦୨୧

publive-image

କେତେ ମିଳିବ ଦରମା 

ଏହି ପଦ ପାଇଁ ମନୋନୀତ ପ୍ରାର୍ଥୀ ମାସିକ ଦରମା ୨୯, ୨୦୦ରୁ ଆରମ୍ଭ କରି ୯୨, ୩୦୦ ଟଙ୍କା ପାଇବେ। ସାଧାରଣ ଏବଂ OBC ବର୍ଗର ପ୍ରାର୍ଥୀମାନଙ୍କୁ ଫିସ୍‌‌ ବାବଦରେ ୧୦୦ ଟଙ୍କା ଦେବାକୁ ପଡ଼ିବ। ତେବେ SC/ST ବର୍ଗର ପ୍ରାର୍ଥୀଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏହି ଆବେଦନ ଫିସ୍‌ ଅନଲାଇନ୍‌ କିମ୍ବା ଚାଲାଣ ମାଧ୍ୟମରେ ଦେବକୁ ପଡ଼ିବ।

ଲିଖିତ ପରୀକ୍ଷା ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ  ମନୋନୀତ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ। 

ଅଧିକ ଜାଣିବା ପାଇଁ ଅଧିକାରୀଙ୍କ ୱେବସାଇଟକୁ ଯିବା ପାଇଁ ଏଠାରେ କ୍ଲିକ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ