Advertisment

ମହାବାତ୍ୟାରେ ଅନାଥ : ସିନ୍ଦୂର ପିନ୍ଧିଲେ ଅନ୍ନପୂର୍ଣ୍ଣା

କଟକ : ମହାବାତ୍ୟା ମୁହଁରୁ ଆସି ‘ଯଶୋଦା’ କୋଳରେ ବଢ଼ିଲା। ନୂଆ ଜୀବନ ପାଇଲା। ଆଉ ଆଜି ତାର ଜୀବନର ମହାନ ଖୁସିକୁ ପାଇଛି ଅନ୍ନପୂର୍ଣ୍ଣା। ପୂର୍ଣ୍ଣ ହୋଇଛି ତା’ର କୁଆଁରୀ ମନର ସ୍ୱପ୍ନ। ପାଇଛି ତା’ର ସାତ ଜନମର ସାଥୀ। ଆଉ ତାକୁ ପୂରା କରିଛି କଟକ ରାଣୀହାଟ ସ୍ଥିତ ‘ଯଶୋଦା ସଦନ’। ବାହାଘର ପାଇଁ ସଜେଇ ହୋଇଛି ପୂରା ପରିବେଶ। ରଙ୍ଗୀନ ଆଲୋକମାଳା ସହ ବିଭିନ୍ନ ଫୁଲରେ କରାଯାଇଛି ସାଜସଜା। ମଣ୍ଡପରେ ବସିଛନ୍ତି ବର-କନ୍ୟା। […]

author-image
Pradesh Pratyush
ମହାବାତ୍ୟାରେ ଅନାଥ : ସିନ୍ଦୂର ପିନ୍ଧିଲେ ଅନ୍ନପୂର୍ଣ୍ଣା

annapurna

କଟକ : ମହାବାତ୍ୟା ମୁହଁରୁ ଆସି ‘ଯଶୋଦା’ କୋଳରେ ବଢ଼ିଲା। ନୂଆ ଜୀବନ ପାଇଲା। ଆଉ ଆଜି ତାର ଜୀବନର ମହାନ ଖୁସିକୁ ପାଇଛି ଅନ୍ନପୂର୍ଣ୍ଣା। ପୂର୍ଣ୍ଣ ହୋଇଛି ତା’ର କୁଆଁରୀ ମନର ସ୍ୱପ୍ନ। ପାଇଛି ତା’ର ସାତ ଜନମର ସାଥୀ। ଆଉ ତାକୁ ପୂରା କରିଛି କଟକ ରାଣୀହାଟ ସ୍ଥିତ ‘ଯଶୋଦା ସଦନ’।

Advertisment

publive-imageବାହାଘର ପାଇଁ ସଜେଇ ହୋଇଛି ପୂରା ପରିବେଶ। ରଙ୍ଗୀନ ଆଲୋକମାଳା ସହ ବିଭିନ୍ନ ଫୁଲରେ କରାଯାଇଛି ସାଜସଜା। ମଣ୍ଡପରେ ବସିଛନ୍ତି ବର-କନ୍ୟା। ପୁଣି ଭୋଜିରେ ଭଳିକି ଭଳି ଖାଦ୍ୟର ପସରା। ସୁନ୍ଦର ସାଜସଜାରେ ଅତିଥିମାନଙ୍କର ଆଖି ଝଲସି ଯାଉଛି।

ଯଶୋଦା ସଦନର ସମ୍ପାଦକ ଇନ୍ଦ୍ରମଣି ମଲ୍ଲିକ କହିଛନ୍ତି-“ଝିଅ ବିଦା ହେଲା ବେଳେ ପ୍ରତ୍ୟେକ ବାପା-ମାଆଙ୍କୁ ଯେମିତି ଲାଗେ ମୋତେ ଠିକ୍‌ ସେମିତି ଲାଗୁଛି। ମୁଁ ବି ଚାହୁଁଛୁ ମୋ ଝିଅ ତା’ ଶାଶୂ ଘରେ ଭଲରେ ରହୁ। କେବଳ ଭଗବାନଙ୍କ ଆଶୀର୍ବାଦ ଦରକାର।”

Advertisment

publive-image୧୯୯୯ର ଭୟଙ୍କର ମହାବାତ୍ୟା। ଅନାଥ କରିଦେଇଥିଲା ଅନ୍ନପୂର୍ଣ୍ଣାଙ୍କୁ। ମାତ୍ର ୩ ବର୍ଷ ବୟସରେ ମୁଣ୍ଡ ଉପରୁ ଛଡାଇ ନେଇଥିଲା ବାପାମାଆଙ୍କ ହାତ। ସେବେଠୁ ଏହି ଯଶୋଦା ସଦନ ତାଙ୍କ ପାଇଁ ପାଲଟିଥିଲା ପରିବାର, ବନ୍ଧୁ ପରିଜନ ସବୁକିଛି। ଆଉ ଏବେ ପାଠ ପଢୁଥିବା ଅନ୍ନପୂର୍ଣ୍ଣାଙ୍କ ପାଇଁ ଜୀବନସାଥୀ ସହ ଆଉ ଏକ ନୂଆ ପରିବାର ଖୋଜି ଦେଇଛନ୍ତି ଆଶ୍ରମର କର୍ମକର୍ତ୍ତା। ଜଗତସିଂହପୁର ଜିଲ୍ଲା ଚାନ୍ଦପୁର ଗାଁର ଜଗନ୍ନାଥ ପଣ୍ଡାଙ୍କ ହାତ ଧରିଛନ୍ତି ଅନ୍ନପୂର୍ଣ୍ଣା। ଏହାସହିତ ଠିକ୍ ବାପଘର ପରି ନିଜ ସାଧ୍ୟମତେ ନବଦଂପତିଙ୍କୁ ଟିଭି, ଫ୍ରିଜଠୁ ଆରମ୍ଭ କରି ପଲଙ୍କ ଓ ଅନ୍ୟ ଆସବାବପତ୍ର ଆଶ୍ରମ ପକ୍ଷରୁ ଦିଆଯାଇଛି।

ଅନ୍ନପୂର୍ଣ୍ଣା କହିଛନ୍ତି-“ଭଲ ଲାଗୁଛି। ଆଉ ଏକ ଦୁନିଆକୁ ମୁଁ ଯାଉଛି। ବାପା-ମାଆଙ୍କଠାରୁ ଯେତିକି ସ୍ନେହ ପାଇଥାନ୍ତି, ତାହାଠାରୁ ଅଧିକ ମୋ ଗୁରୁଜୀ ଓ ଗୁରୁମାଆଙ୍କଠାରୁ ପାଇଛି।”

Advertisment
Advertisment