High Court Photograph: (OTV)
ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ଆସନ୍ତା ୩ ମାସ ଭିତରେ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସେହିଭଳି ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ରିପୋର୍ଟ ନେଇ ବି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ବିଧାନସଭା ଅଧିବେଶନରେ ରିପୋର୍ଟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ।
ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଉପସ୍ଥାପନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୪୬ ବର୍ଷ ପରେ ପ୍ରଥମ ଥର ପାଇଁ ଗତବର୍ଷ ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିଥିଲା। ପରବର୍ତ୍ତୀ ସମୟରେ ରତ୍ନ ସ୍ଥାନାନ୍ତର ହୋଇ ସୁରୁଖୁରୁରେ ଭଣ୍ଡାର ମରାମତି ହେଲା। ସେପ୍ଟେମ୍ବର ୨୩ରେ ପୁଣି ରତ୍ନଭଣ୍ଡାରକୁ ଫେରିଲା ମହାପ୍ରଭୁଙ୍କ ଅଳଙ୍କାର।
ଏହା ଭିତରେ ଅଳଙ୍କାର ସ୍ଥାନାନ୍ତରଣକୁ ୪ ମାସ ବିତିଥିଲେ ବି ଗଣତି ମଣତି କେବେ ଆରମ୍ଭ ହେବ ତାକୁ ନେଇ ସସପେନ୍ସ ହଟୁନି। ଏବେ ୩ ମାସ ଭିତରେ ଗଣତି ମଣତି କାମ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/13/high-court-2026-02-13-12-31-34.jpg)