Advertisment

High Court: ପୀତବାସ ପଣ୍ଡା ହତ୍ୟା: ଅଡ଼ୁଆରେ ବ୍ରହ୍ମପୁର ଏସପି

ଏସପି ଶ୍ରବଣା ବିବେକ ଏମଙ୍କ ଉପରେ ହାଇକୋର୍ଟ ଖପ୍ପା। ନିର୍ବାଚନୀ ମାମଲା ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିବାରୁ ହାଇକୋର୍ଟ ଖପ୍ପା। ନିର୍ବାଚନୀ ମାମଲାଟି ଏବେ ହାଇକୋର୍ଟରେ ବିଚାରାଧୀନ ଅଛି।

Berhampur

Berhampur Photograph: (OTV)

Advertisment

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଡ଼ୁଆରେ ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍। ହାଇକୋର୍ଟରେ ବିଚାରାଧୀନ ଥିବା ଏକ ନିର୍ବାଚନୀ ମାମଲା ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିବାରୁ ଏସପିଙ୍କ ଉପରେ ହାଇକୋର୍ଟ ଖପ୍ପା । କାହିଁକି ଏବଂ କେଉଁ କାରଣରୁ ଏସପି ଏଭଳି ବୟାନ ଦେଲେ ସେନେଇ ଜବାବ ତଲବ କରିଛନ୍ତି ହାଇକୋର୍ଟ। 
ଏସପିଙ୍କ ବିରୋଧରେ କାହିଁକି ଅଦାଲତ ଅବମାନନା ମାମଲା ଦାୟର କରାଯିବ ନାହିଁ ସେନେଇ ଆସନ୍ତା ୭ ତାରିଖ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ସେହିଦିନ ହିଁ ମାମଲାର ପରବର୍ତ୍ତୀ ଶୁଣାଣି ହେବ। 
ପୀତବାସ ପଣ୍ଡା ହତ୍ୟା ମାମଲାର ପର୍ଦ୍ଦାଫାସ କରି ଏସପି କହିଥିଲେ, ୨୦୨୪ ସାଧାରଣ ନିର୍ବାଚନ ପରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାରଙ୍କ ବିରୋଧରେ ପିଣ୍ଟୁ ଦାଶ ପିଟିସନ୍ କରିଥିଲେ। ବ୍ରହ୍ମପୁର ବିଧାନସଭା ନିର୍ବାଚନ ଅସିଦ୍ଧ ଘୋଷଣା ହେଲେ ଉପନିର୍ବାଚନ ହୋଇଥାନ୍ତା। ଆଉ ବିକ୍ରମ ପଣ୍ଡା ଉପନିର୍ବାଚନରେ ଲଢ଼ିଥାନ୍ତେ। ଏଥିପାଇଁ ମନୋଜ ପଣ୍ଡାଙ୍କ ଜରିଆରେ ପିଣ୍ଟୁ ଦାଶ ପିଟିସନ୍ ଦାଖଲ କରିଥିବା ବେଳେ ଟଙ୍କା ଖର୍ଚ୍ଚ କରୁଥିଲେ ବିକ୍ରମ ପଣ୍ଡା। ସ୍ଥାନୀୟ ବିଧାୟକ କେ. ଅନୀଲ କୁମାରଙ୍କ ବିରୋଧରେ ଦାୟର ନିର୍ବାଚନୀ ମାମଲା ବିକ୍ରମ ପଣ୍ଡା ଏବଂ ଶିବ ଶଙ୍କର ଦାସଙ୍କ ମଧ୍ୟରେ କମନ ଲିଙ୍କ ବୋଲି କହିଥିଲେ ଏସପି।
•    ଅଡ଼ୁଆରେ ବ୍ରହ୍ମପୁର ଏସପି
•    ପୀତବାସ ପଣ୍ଡା ହତ୍ୟା: ଅଡ଼ୁଆରେ ବ୍ରହ୍ମପୁର ଏସପି 
•    ଏସପି ଶ୍ରବଣା ବିବେକ ଏମଙ୍କ ଉପରେ ହାଇକୋର୍ଟ ଖପ୍ପା
•    ନିର୍ବାଚନୀ ମାମଲା ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିବାରୁ ହାଇକୋର୍ଟ ଖପ୍ପା
•    ନିର୍ବାଚନୀ ମାମଲାଟି ଏବେ ହାଇକୋର୍ଟରେ ବିଚାରାଧୀନ ଅଛି
•    କାହିଁକି ଏବଂ କେଉଁ କାରଣରୁ ଏସପି ଏଭଳି ବୟାନ ଦେଲେ ଜବାବ ତଲବ
•    କାହିଁକି ଅଦାଲତ ଅବମାନନା ମାମଲା ଦାୟର କରାଯିବ ନାହିଁ: ହାଇକୋର୍ଟ 
•    ୭ ତାରିଖ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ
•    ବ୍ରହ୍ମପୁର ନିର୍ବାଚନୀ ମାମଲା ସମ୍ପର୍କରେ ମତ ରଖିଥିଲେ ଏସପି

Advertisment
Odisha High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ