Advertisment

Budget Session: ଆଜି ବଜେଟ ଅଧିବେଶନର ଷଷ୍ଠ ଦିନ; ସ୍ବାଭାବିକ ହେବ ତ ଗୃହ?

ଆଜି ବଜେଟ ଅଧିବେଶନର ଷଷ୍ଠ ଦିନ। ଆଜି ବି ଚାଷୀ ପ୍ରସଙ୍ଗରେ ଅଚଳ ହୋଇପାରେ ଗୃହ। ଲଗାତାର ଚାଷୀ ପ୍ରସଙ୍ଗରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ। ଆଜି ରହିଛି ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନକାଳ।

Assembly

Assembly Photograph: (OTV)

Advertisment

ଆଜି ବଜେଟ ଅଧିବେଶନର ଷଷ୍ଠ ଦିନ। ଆଜି ବି ଚାଷୀ ପ୍ରସଙ୍ଗକୁ ଅସ୍ତ୍ର କରି ଗୃହକୁ ହୁଲସ୍ତୁଲ କରିପାରନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଧାନ କିଣାରେ ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟନୀ ଛଟନୀ ପ୍ରସଙ୍ଗରେ ଗୃହରେ ଅଚଳାବସ୍ଥା ଜାରି ରଖିଛନ୍ତି ବିରୋଧୀ । ଆଜି ମଧ୍ୟ ସମାନ ପନ୍ଥା ଆପଣାଇପାରନ୍ତି । 

Advertisment

ଏପଟେ ଗୃହରେ ଆଜି ଅର୍ଥ, ସ୍ବରାଷ୍ଟ୍ର, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ରହିଛି। ସେହିପରି ସାଧାରଣ ବଜେଟ ଉପରେ ଆଲୋଚନା ଆରମ୍ଭ ହେବ। ତେବେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ହୋଇ ପାରୁଛି ନା ନାହିଁ ତାଉପରେ ରହିଛି ନଜର।

Odisha Legislative Assembly Budget Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ