Advertisment

ଡାକ୍ତରଙ୍କ ପୁଅକୁ କରୋନା, ବନ୍ଦ ହେଲା ଓପିଡି

ବାଙ୍କି: କଟକ ଜିଲ୍ଲା ବାଙ୍କି ମୁଖ୍ୟ ଚିକିତ୍ସାଳୟର ଓପିଡ଼ିକୁ ୨ ଦିନ ପାଇଁ ବନ୍ଦ କରିଛନ୍ତି ଉପଜିଲ୍ଲାପାଳ।  ବାଙ୍କୀ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ପୁଅର ସ୍ୱାବ୍ ଟେଷ୍ଟ ପଜିଟିଭ୍ ଚିହ୍ନଟ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଖବର ଅନୁଯାୟୀ, ଡାକ୍ତରଙ୍କ ପୁଅ ବାହାର ରାଜ୍ୟରୁ ଆସି ହୋମ୍‌ ଆଇସୋଲେସନ୍‌ରେ ରହିଥିଲେ। ହେଲେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ସୁରକ୍ଷା ଦୃଷ୍ଟି କୋଣରୁ ଡାକ୍ତରଖାନାର ଓପିଡ଼ିକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଛି। ଏହା […]

ଡାକ୍ତରଙ୍କ ପୁଅକୁ କରୋନା, ବନ୍ଦ ହେଲା ଓପିଡି

khurda

Advertisment

ବାଙ୍କି: କଟକ ଜିଲ୍ଲା ବାଙ୍କି ମୁଖ୍ୟ ଚିକିତ୍ସାଳୟର ଓପିଡ଼ିକୁ ୨ ଦିନ ପାଇଁ ବନ୍ଦ କରିଛନ୍ତି ଉପଜିଲ୍ଲାପାଳ।  ବାଙ୍କୀ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ପୁଅର ସ୍ୱାବ୍ ଟେଷ୍ଟ ପଜିଟିଭ୍ ଚିହ୍ନଟ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Advertisment

ଖବର ଅନୁଯାୟୀ, ଡାକ୍ତରଙ୍କ ପୁଅ ବାହାର ରାଜ୍ୟରୁ ଆସି ହୋମ୍‌ ଆଇସୋଲେସନ୍‌ରେ ରହିଥିଲେ। ହେଲେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ସୁରକ୍ଷା ଦୃଷ୍ଟି କୋଣରୁ ଡାକ୍ତରଖାନାର ଓପିଡ଼ିକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଛି। ଏହା ସହିତ ଉକ୍ତ ଡାକ୍ତରଙ୍କ ସହିତ ମିଳାମିଶା କରିଥିବା ଜଣେ ଡାକ୍ତରଙ୍କୁ ମଧ୍ୟ ବାଧ୍ୟତାମୂଳକ ହୋମ୍‌ କ୍ୱାରେଣ୍ଟିନ୍‌କୁ ପଠାଯାଇଛି। ଡାକ୍ତରଖାନାକୁ ସାନିଟାଇଜ୍‌ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି।

ଆଜି କଟକ ମହାନଗର ନିଗମ ଅଞ୍ଚଳରୁ ଆଉ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬ ଜଣଙ୍କ ମଧ୍ୟରୁ ୬ଜଣ ସରକାରୀ କ୍ୱାରେଣ୍ଟିନ୍‌ରୁ, ୨ଜଣ ହୋମ୍ କ୍ୱାରେଣ୍ଟିନ୍‌ରୁ ଓ ୮ଟି ଲୋକାଲ କେସ୍ ରହିଛି।

Advertisment

କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୪ ଜଣ ସୁସ୍ଥ ହୋଇଛନ୍ତି। ୧୨୮ ଜଣ ଚିକିତ୍ସାଧୀନ ଅଛନ୍ତି ଓ ଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ