/odishatv-khabar/media/post_attachments/uploadimage/library/16_9/16_9_0/beer_1621070529.jpg)
beer
- ଭୁବନେଶ୍ୱରରେ ଅନ୍ଲାଇନ୍ରେ ମିଳିବ ମଦ
- ଅନ୍ଲାଇନ୍ରେ ମଦ ବିକ୍ରି କରିବା ଲାଗି ଅନୁମତି ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ
- ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏ ଅନ୍ଲାଇନ୍ରେ ବିକ୍ରି ହେବ ମଦ
- ଫୋନ୍ ଯୋଗେ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ଅନ୍ଲାଇନ୍ରେ ମଦ ଅର୍ଡର କରିପାରିବେ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅନ୍ଲାଇନ୍ରେ ମଦ ବିକ୍ରି କରିବା ଲାଗି ଖୋର୍ଦ୍ଧା ଜିଲ୍ଲାପାଳ ଅନୁମତି ପ୍ରଦାନ କରିଛନ୍ତି। ଦୋକାନୀମାନେ ଅନ୍ଲାଇନ୍ ଜରିଆରେ ମଦ ବିକ୍ରି କରିପାରିବେ। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏ ଅନ୍ଲାଇନ୍ରେ ମଦ ବିକ୍ରି କରିବା ଲାଗି ଜିଲ୍ଲାପାଳ ଅନୁମତି ପ୍ରଦାନ କରିଛନ୍ତି।
ଗ୍ରାହକମାନେ ଫୋନ୍ ଯୋଗେ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ଅନ୍ଲାଇନ୍ରେ ମଦ ଅର୍ଡର କରିପାରିବେ। ତେବେ ମଦ ଦୋକାନରେ ବ୍ୟବସାୟ ବେଳେ ସମସ୍ତ କୋଭିଡ୍ ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାସହ ମଦ ନେବା ଆଣିବା ଲାଗି ଦୋକାନୀ ଦେଇଥିବା ପରିଚୟ ପତ୍ର ଦେଖାଇ କର୍ମଚାରୀମାନେ ଯା’ଆସ କରିପାରିବେ। ଓଡ଼ିଶା ପାନୀୟ ନିଗମ ଗୋଦାମରୁ ମଦ ଉଠାଇବା ଲାଗି ନିୟମାବଳୀ ଜାରି କରାଯାଇଛି। ଗୋଦାମରେ ଭିଡ଼ ନିୟନ୍ତ୍ରଣ ଲାଗି କେଉଁ ଅଞ୍ଚଳର ଦୋକାନୀ କେଉଁ ଦିନ ମଦ ଉଠାଇ ପାରିବ ସେ ନେଇ ଧାର୍ଯ୍ୟ ତାଲିକା ପ୍ରସ୍ତୁତ କରାଯାଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୮୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୧,୪୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼ ଓ ତୃତୀୟ ସ୍ଥାନରେ କଟକ ରହିଛି। ଏହି ୨ଟି ସ୍ଥାନରୁ ଯଥାକ୍ରମେ ୧,୨୦୯ ଓ ୧,୧୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ରାଜ୍ୟରେ ୨୧ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୯୪କୁ ବୃଦ୍ଧି ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)