fire
Advertisment
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମାର ସୋମପୁର ବଜାରରେ ନିଆଁ ଲାଗି ଗୋଟିଏ ଦୋକାନ ସହ ୨ ବଖରା ଘର ଜଳି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।
Advertisment
ଗତକାଲି ରାତି ପ୍ରାୟ ୧୨ଟା ବେଳେ ବୁଲାକି ସାହୁଙ୍କ ଦୋକାନରେ ନିଆଁ ଲାଗି ଯାଇଥିଲା। ପରେ ପରେ ଦୋକାନକୁ ଲାଗି ରହିଥିବା ହେଦାୟଦ ଶାହାଙ୍କ ୨ ବଖରା ଘର ପୋଡ଼ି ଯାଇଥିଲା। ଦମକଳବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁ ଲିଭାଇଥିଲା। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/fire-2_1626338781.jpg)