Advertisment

KISS Student Murder Case: KISS ଛାତ୍ର ହତ୍ୟାକୁ ମାସେ, କ୍ଷତିପୂରଣ ଓ ନ୍ୟାୟ ଅପେକ୍ଷାରେ ପରିବାର

KISSରେ କେନ୍ଦୁଝର ଛାତ୍ର ହତ୍ୟା ଘଟଣାକୁ ପୂରିବାକୁ ବସିଲାଣି ୧ ମାସ। ହେଲେ ଦୁର୍ଭାଗ୍ୟର କଥା, ଏଯାଏ ମିଳିଲାନି କ୍ଷତିପୂରଣ କି ପରିବାରକୁ ନ୍ୟାୟ। ପୁଅର କଥା ଭାବି ଭାବି ବାପାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଲାଣି। ବଡ଼ଭାଇକୁ ଝୁରି ଝୁରି ଜୀବନ କାଟୁଛି ସାନଭାଇ ।

author-image
Pramod Behera
KISS Student Murder

KISS ଛାତ୍ର ହତ୍ୟାକୁ ମାସେ Photograph: (OTV)

KISSରେ କେନ୍ଦୁଝର ଛାତ୍ର ହତ୍ୟା ଘଟଣାକୁ ପୂରିବାକୁ ବସିଲାଣି ୧ ମାସ। ହେଲେ ଦୁର୍ଭାଗ୍ୟର କଥା, ଏଯାଏ ମିଳିଲାନି କ୍ଷତିପୂରଣ କି ପରିବାରକୁ ନ୍ୟାୟ। ପୁଅର କଥା ଭାବି ଭାବି ବାପାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଲାଣି। ବଡ଼ଭାଇକୁ ଝୁରି ଝୁରି ଜୀବନ କାଟୁଛି ସାନଭାଇ । ପୁଅର ମୃତ୍ୟୁ ପରେ, ଘରେ ସତେ ଯେମିତି ଛାଇ ଯାଇଛି ଦୁଃଖର କଳା ବାଦଲ।

Advertisment

ସୂଚନା ମୁତାବକ, ଟିକରଗୁମୁରା ଗାଁର ରଘୁନାଥ ମୁଣ୍ଡାଙ୍କ ପୁଅ ଶିବ ମୁଣ୍ଡା ଭୁବନେଶ୍ଵରସ୍ଥିତ KISS ରେ ୯ମ ଶ୍ରେଣୀରେ ପଢ଼ୁଥିବା ବେଳେ, ତାଙ୍କୁ ସେଠାରେ ହତ୍ୟା କରାଯାଇଥିଲା। ଏ ସମ୍ପର୍କରେ ପରିବାର ଲୋକ ଟାଉନ୍ ଥାନାରେ ଏତଲା ଦେବା ସହ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଘଟଣାର କିଛି ଦିନ ଧରି ଟିକରଗୁମୁରା ଗାଁରେ ତଦନ୍ତକାରୀ ଟିମ୍ ଆସିବା ସହ କୋଳାହଳ ଲାଗି ରହିଥିଲା। ହେଲେ, ଏବେ ସବୁ ଥମିଗଲାଣି। 

KISS କର୍ତ୍ତୃପକ୍ଷ ପରିବାରକୁ ଏଯାଏ କୌଣସି କ୍ଷତିପୂରଣ ଦେଇ ନଥିବା ତଥା ମିଛ କହିଥିବା ଡାକ୍ତରଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନଥିବା କହିଛନ୍ତି ମୃତକଙ୍କ ବାପା। ପୁଅର ଭବିଷ୍ୟତ ପାଇଁ ଉଚ୍ଚ ଚିନ୍ତା କରିଥିବା ପରିବାର ଏବେ ଦୁଃଖରେ ଭାଙ୍ଗି ପଡ଼ିଛି। ଏ ସଂପର୍କରେ KISS କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।   

Advertisment
Advertisment
Advertisment