Advertisment

ଫସଲ ଖାଇବା ପାଇଁ ଆସି ଚାଲିଗଲା ଦନ୍ତାର ଜୀବନ

ସମ୍ବଲପୁର: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛି ଦନ୍ତା ହାତୀ। ସମ୍ବଲପୁର ଯଦୁ ଲୋଇସିଂହା ଅଞ୍ଚଳରେ ଏହି ଘଟଣା ଘଟିଛି। ବିଲ ଭିତରେ ୧୨ ବର୍ଷର ଦନ୍ତା ହାତୀର ମୃତଦେହ ପଡ଼ି ରହିଛି। ଜମି ଭିତରେ କେହି ଦୁର୍ବୃତ୍ତ ବିଦ୍ୟୁତ୍ ତାର ବିଛାଇଥିବା DFO ସଞ୍ଜିତ୍ କୁମାର ସୂଚନା ଦେଇଛନ୍ତି। ଚାଷକୁ ବନ୍ୟ ପଶୁଙ୍କ ଦାଉରୁ ରକ୍ଷା କରିବାକୁ ଯାଇ ୧୧ କେଭି ବିଦ୍ୟୁତ୍ ତାର ସଂଯୋଗ କରାଯାଇଥିଲା। ଯାହା ଫଳରେ ଏହାର ସଂସ୍ପର୍ଶରେ ଆସି ହାତୀଟିର […]

author-image
Dibakar Sahoo
ଅଦ୍ୟତନ ହୋଇଛି
ଫସଲ ଖାଇବା ପାଇଁ ଆସି ଚାଲିଗଲା ଦନ୍ତାର ଜୀବନ

electric

ସମ୍ବଲପୁର: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛି ଦନ୍ତା ହାତୀ। ସମ୍ବଲପୁର ଯଦୁ ଲୋଇସିଂହା ଅଞ୍ଚଳରେ ଏହି ଘଟଣା ଘଟିଛି। ବିଲ ଭିତରେ ୧୨ ବର୍ଷର ଦନ୍ତା ହାତୀର ମୃତଦେହ ପଡ଼ି ରହିଛି।

Advertisment

ଜମି ଭିତରେ କେହି ଦୁର୍ବୃତ୍ତ ବିଦ୍ୟୁତ୍ ତାର ବିଛାଇଥିବା DFO ସଞ୍ଜିତ୍ କୁମାର ସୂଚନା ଦେଇଛନ୍ତି। ଚାଷକୁ ବନ୍ୟ ପଶୁଙ୍କ ଦାଉରୁ ରକ୍ଷା କରିବାକୁ ଯାଇ ୧୧ କେଭି ବିଦ୍ୟୁତ୍ ତାର ସଂଯୋଗ କରାଯାଇଥିଲା। ଯାହା ଫଳରେ ଏହାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଘଟଣାକୁ ଗୁରୁତ୍ୱର ସହ ନେବା ପାଇଁ DFO କହିଛନ୍ତି। ଏଥିସହ ୩ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ACFଙ୍କୁ ନିର୍ଦ୍ଦେଶ ଦେଇଛନ୍ତି DFO।

Advertisment

ଘଟଣାଟି ଗତ ଦୁଇ ଦିନ ତଳେ ଘଟିଥିବା ବେଳେ ବନ ବିଭାଗ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିଛି।

Advertisment
Advertisment