Advertisment

କୁଷ୍ଠରୋଗୀ କହି ବାସନ୍ଦ କରିଦେଲେ, ପାଇପ୍ ଭିତରେ ବିତୁଛି ଜୀବନ

ନବରଙ୍ଗପୁର: ହଜିଯାଇଛି ମାନବିକତା। ଜଣେ ବୃଦ୍ଧାଙ୍କୁ ବିନା ଡାକ୍ତରୀ ରିପୋର୍ଟରେ କୁଷ୍ଠ ରୋଗୀ ବୋଲି ସନ୍ଦେହ କରି ପରିବାର ଲୋକେ ଏବଂ ସମାଜ ବାସନ୍ଦ କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି.ମାଳିଗୁଡ଼ା ଗାଁର ୮ ନଂ ୱାର୍ଡରେ। ଅନ୍ୟ ଉପାୟ ନପାଇ ଗାଁର ଶେଷ ମୁଣ୍ଡରେ ପଡିଥିବା ଏକ ଭଙ୍ଗା ହୋମ୍ ପାଇପରେ ମୁଣ୍ଡ ଗୁଞ୍ଜିଛନ୍ତି ବାସନ୍ଦ ହୋଇଥିବା ମହିଳା କମଳା ବିନ୍ଧାଣୀ। ପ୍ରାୟ ୬ ବର୍ଷ ତଳେ ସ୍ୱାମୀ […]

ଅଦ୍ୟତନ ହୋଇଛି
କୁଷ୍ଠରୋଗୀ କହି ବାସନ୍ଦ କରିଦେଲେ, ପାଇପ୍ ଭିତରେ ବିତୁଛି ଜୀବନ

nabarangpur

Advertisment

ନବରଙ୍ଗପୁର: ହଜିଯାଇଛି ମାନବିକତା। ଜଣେ ବୃଦ୍ଧାଙ୍କୁ ବିନା ଡାକ୍ତରୀ ରିପୋର୍ଟରେ କୁଷ୍ଠ ରୋଗୀ ବୋଲି ସନ୍ଦେହ କରି ପରିବାର ଲୋକେ ଏବଂ ସମାଜ ବାସନ୍ଦ କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି.ମାଳିଗୁଡ଼ା ଗାଁର ୮ ନଂ ୱାର୍ଡରେ। ଅନ୍ୟ ଉପାୟ ନପାଇ ଗାଁର ଶେଷ ମୁଣ୍ଡରେ ପଡିଥିବା ଏକ ଭଙ୍ଗା ହୋମ୍ ପାଇପରେ ମୁଣ୍ଡ ଗୁଞ୍ଜିଛନ୍ତି ବାସନ୍ଦ ହୋଇଥିବା ମହିଳା କମଳା ବିନ୍ଧାଣୀ।

Advertisment

ପ୍ରାୟ ୬ ବର୍ଷ ତଳେ ସ୍ୱାମୀ ଡ଼ମୁବିନ୍ଧାଣୀଙ୍କର ମୃତ୍ୟୁ ହେବା ପରେ ନିଜ ପୁଅବୋହୁ ସହିତ ରହିଆସୁଥିଲେ କମଳା। କିନ୍ତୁ, ଭାଗ୍ୟର ବିଡମ୍ବନା ଅନ୍ୟପ୍ରକାରର ରହିଥିଲା। ୫୫ ବର୍ଷୀୟା କମଳା ଦିନେ ଚାଲିଚାଲି ଯାଉଥିବା ବେଳେ ଝୁଣ୍ଟିପଡ଼ିଥିଲେ। ଯାହା ପରେ ତାଙ୍କ ଗୋଡ ଆଙ୍ଗୁଠିରେ ପୂଜ ହୋଇଗଲା ଏବଂ ପରବର୍ତ୍ତୀ ସମୟରେ ତାହା ଛିଣ୍ଡିଗଲା। ତେବେ ବିନା ଡାକ୍ତରୀ ପରୀକ୍ଷାରେ ତାଙ୍କୁ କୁଷ୍ଠରୋଗୀ ଆଖ୍ୟା ଦେଇ ବାସନ୍ଦ କରିଦେଇଥିବା ଅଭିଯୋଗ ହୋଇଛି।

ଏପରିକି ନିଜ ପୁତ୍ର ମଧ୍ୟ ବୃଦ୍ଧା ମାଆଙ୍କୁ କୁଷ୍ଠରୋଗ ହୋଇଛି କହି ଘରୁ ବିଦାକରି ଦେଇଥିଲେ। ନିଜ ପରିବାରବର୍ଗ, ବନ୍ଧୁବାନ୍ଧବ, ନିଜସମାଜ, ସାହିପଡିଶାରୁ କାହାଠାରୁ ମଧ୍ୟ ସାହାରା ନପାଇ ଏଣେ ତେଣେ ବୁଲିବା ସହିତ ପ୍ରାୟ କିଛି ମାସ ହେବ ଗ୍ରାମର ଶେଷମୁଣ୍ଡରେ ଭଙ୍ଗା ଓ ଅବ୍ୟବହୃତ ହୋଇ ପଡିରହିଥିବା ନାଳରେ (ହୋମପାଇପ / ପାଣିପାଇପ ) ଭିତରେ ଜୀବନ ବିତାଉଛନ୍ତି। ସରକାର ତରଫରୁ ଦିଆଯାଉଥିବା ଟଙ୍କିକିଆ ଚାଉଳ ସହ MBPY ଯୋଜନାରେ ପେନସନ ଆଣି ନିଜେ ରାନ୍ଧି ଖାଉଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ