Old Enmity Turns Violent Photograph: (OTV)
ପଡ଼ୋଶୀ ଘର ଜାଳିଦେଲା ଯୁବକ। ବାଲେଶ୍ୱର ସୋର ଅଂଚଳରେ ଘଟିଛି ଏ ଘଟଣା। ପଡ଼ୋଶୀ ଘରେ ନିଆଁ ଲଗାଇ ଜାଳି ଦେଲା ପଡ଼ୋଶୀ ଯୁବକ। ଖଇରା ଥାନା ଅଚ୍ୟୁତପୁର ପଞ୍ଚାୟତ ମୁଣିଦା ଗାଁରେ ଘଟିଛି ଅଗ୍ନିକାଣ୍ଡ। ନିଆଁରେ ୩ ବଖରା ଘର ସଂପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି।
ଗାଁରେ ନିରଞ୍ଜନ ପାଢ଼ୀ ନାମକ ବ୍ୟକ୍ତିଙ୍କ ଘରେ ନିଆଁ ଲାଗି ଘର ର ଆସବାପତ୍ର ସହିତ ଟଙ୍କା ପୋଡିଯାଇଛି। ଗତକାଲି ରାତିରେ ପ୍ରଥମେ ନିଆଁ ଲାଗିଥିଲା। ନିଆଁକୁ ଦେଖି ଲିଭାଇଥିଲେ ଲୋକେ। ପରେ ରାତି ପ୍ରାୟ ୨ଟା ସମୟରେ ପୁଣି ନିଆଁ ଲାଗିଥିଲା। ଘର ଭିତରେ ଧୂଆଁ ହୋଇଯିବାରୁ ନିଆଁ ଲାଗିଥିବା ଜାଣିପାରି ଜୀବନ ବିକଳରେ ଘର ବାହାରକୁ ପଳାଇ ଆସିଥିଲେ।
ନିଆଁର ପ୍ରକୋପ ଏତେ ଥିଲା ଯେ ଜିନିଷ ପତ୍ର କାଢ଼ିବା ସମ୍ଭବ ନଥିଲା। ଖଇରା ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଦୁର୍ବୃତ୍ତ ନିଆଁ ଲଗାଇ ଦୌଡ଼ି ପଳାଉଥିବା ପ୍ରଥମେ ଦେଖିଥିଲେ ପରିବାର ଲୋକେ। ତେଣୁ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ପୂର୍ବରୁ ଗାଁର ଜଣେ ବ୍ୟକ୍ତିଙ୍କ ସହିତ ଶତ୍ରୁତା ଥିବାରୁ ଏପରି କାଣ୍ଡ ହୋଇଥିବା ଅନୁମାନ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/10/old-enmity-turns-violent-2026-02-10-13-52-59.jpg)