/odishatv-khabar/media/post_attachments/uploadimage/library/16_9/16_9_0/ojeee_1623680501.jpg)
ojeee
- ସ୍ଥଗିତ ରହିଲା ଓଜେଇଇ
- ଚଳିତ ମାସ ୧୭ରୁ ୨୪ ତାରିଖ ଯାଏଁ ହେବାର ଥିଲା
- କରୋନା ସଂକ୍ରମଣ ସ୍ଥିତିକୁ ଦେଖି ବର୍ତ୍ତମାନ ପାଇଁ ସ୍ଥଗିତ
- ସ୍ଥିତିକୁ ଦେଖି ଜୁଲାଇ ପ୍ରଥମ ସପ୍ତାହରେ ନିଆଯିବ ନିଷ୍ପତ୍ତି
- ଅନ୍ଲାଇନ୍ ଆବେଦନର ସମୟ ସୀମାକୁ ବି ବୃଦ୍ଧି
- ଆବେଦନ ଅବଧି ଜୁଲାଇ ୧୨ ଓ ଫିଦାଖଲ ଅବଧି ଜୁଲାଇ ୧୪କୁ ବୃଦ୍ଧି
- ଓଜେଇଇ ଅଧ୍ୟକ୍ଷଙ୍କ ପକ୍ଷରୁ ନୋଟିସ୍ ଜାରି
Advertisment
ଭୁବନେଶ୍ୱର : ସ୍ଥଗିତ ରହିଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-ଓଜେଇଇ। ଚଳିତ ମାସ ୧୭ରୁ ୨୪ ତାରିଖ ଯାଏଁ ହେବାର ଥିଲା କିନ୍ତୁ କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଏହି ପ୍ରବେଶିକା ପରୀକ୍ଷାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। କେବେ ପରୀକ୍ଷା ହେବ, ପରିସ୍ଥିତିକୁ ଦେଖି ଆସନ୍ତା ଜୁଲାଇର ପ୍ରଥମ ସପ୍ତାହରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ଅପରପକ୍ଷେ ଓଜେଇଇ ପରୀକ୍ଷା ପାଇଁ ଅନଲାଇନ୍ ଆବେଦନର ସମୟ ସୀମାକୁ ବି ବଢ଼ାଇ ଦିଆଯାଇଛି। ଆବେଦନ ଅବଧି ଜୁଲାଇ ୧୨ ଓ ଫି ଦାଖଲ ଅବଧି ଜୁଲାଇ ୧୪ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି। ଫଳରେ ଯେଉଁ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷାରେ ସାମିଲ ହେବା ପାଇଁ ଆବେଦନ କରିପାରିନଥିଲେ, ସେମାନଙ୍କ ପାଇଁ ଏହା ଏକ ସୁଯୋଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଜେଇଇ ସ୍ଥଗିତ ଏବଂ ପରୀକ୍ଷା ପାଇଁ ଆବେଦନ ଅବଧି ବୃଦ୍ଧି ନେଇ ଓଜେଇଇ ଅଧ୍ୟକ୍ଷଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)