Advertisment

‘ମୋ ବାପାଙ୍କୁ ଅଫିସରେ ଡିଏମ୍‌ ବହୁତ ମାନସିକ ନିର୍ଯାତନା ଦେଉଥିଲେ’

author-image
Rajalaxmi Sahoo

ଝାରସୁଗୁଡ଼ା: ଉପରିସ୍ଥ ଅଧିକାରୀଙ୍କ କାର୍ଯ୍ୟ ଚାପ ଓ ମାନସିକ ନିର୍ଯାତନା ସହି ନପାରି ଓଏଫ୍‌ଡିସି(ଓଡ଼ିଶା ବନ ଉନ୍ନୟନ ନିଗମ ଲିଃ) ଉପଖଣ୍ଡ ପରିଚାଳକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ, ବାପାର ମୃତଦେହ ନିକଟରେ ସାନ ଝିଅ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଝାରସୁଗୁଡ଼ାରେ ଏଭଳି ଅଭାବନୀୟ ଘଟଣା ଘଟିଛି।

Advertisment

ଝାରସୁଗୁଡ଼ା ବନ ଉନ୍ନୟନ ନିଗମର ସବ୍‌ ଡିଭିଜନାଲ ମ୍ୟାନେଜର ଥିବା ବାସୁଦେବ ପାଲ୍‌ ଡ୍ୟୁଟିରେ ଥିବାବେଳେ ଅଚେତ୍‌ ହୋଇପଡ଼ିଥିଲେ। ତାଙ୍କୁ ଝାରସୁଗୁଡ଼ା ମେଡିକାଲ ନିଆଯାଇଥଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବାସୁଦେବଙ୍କ ମୃତ୍ୟୁ ପାଇଁ ତାଙ୍କ ଉପରିସ୍ଥ ଅଫିସର ତଥା ଓଏଫ୍‌ଡିସି ଡିଏମ୍ ଅମିୟ କୁମାର ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ। ଡିଏମ୍ ତାଙ୍କ ବାସଭବନକୁ ଡକାଇ ଗାଳିଗୁଲଜ କରିବା ପରେ ବାପାଙ୍କ ମୃତ୍ୟୁ ହୋଇଥିବା ବାସୁଦେବଙ୍କ ବଡ଼ ଝିଅ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଅମିୟ ପଟ୍ଟନାୟକଙ୍କ ନାଁରେ ଥାନାରେ ମାମଲା ଦାଏର କରିଛନ୍ତି ବାସୁଦେବଙ୍କ ପରିବାର ଲୋକ।  ସେ ଗିରଫ ନ ହେବା ପର୍ଯ୍ୟନ୍ତ ବାପାଙ୍କ ଶବ ବ୍ୟବଚ୍ଛେଦ କରାଇ ଦିଆଯିବ ନାହିଁ ବୋଲି ତାଙ୍କ ଝିଅ କହିଛନ୍ତି।

Advertisment

ପରେ ଉପରିସ୍ଥ ଅଧିକାରୀ ତଥା OFDCର ଡିଭିଜନାଲ ମ୍ୟାନେଜର ଫେରାର ଥିବା ସୂଚନା ମିଳିଛି। ଘଟଣା ନେଇ ପୋଲିସ୍‌ କିମ୍ବା ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Advertisment