Advertisment

ବିଶ୍ୱର ସବୁଠାରୁ ବଡ଼ କଫି ହାଉସ ଚେନ୍ ଷ୍ଟାରବକ୍ସର ଭାରତ ସିଇଓ ହେଲେ ଜଣେ ଓଡ଼ିଆ ପୁଅ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଅନେକ ବଡ଼ ପଦପଦବୀର ଭାର ଓଡ଼ିଆଙ୍କ ହାତରେ ରହିଛି। ଆର୍‌ବିଆଇ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ହୁଅନ୍ତୁ କିମ୍ବା ଭାରତୀୟ ସେନାର ସଦର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟେନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ବା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, କମ୍ବା ଏନ୍‌ଡିଆର୍‌ଏଫ୍‌ ଡିଜିପି ଏସ୍‌ଏନ୍‌ ପ୍ରଧାନ ସମସ୍ତେ ଦେଶର ଦୁରୁ ଆୟିତ୍ୱ ସମ୍ଭାଳି ରାଜ୍ୟକୁ ଗୌରବାନ୍ନିତ କରିଛନ୍ତି। ଏବେ ପୁଣି ଜଣେ ଓଡ଼ିଆ ବିଶ୍ୱର ସବୁଠାରୁ ବଡ଼ କଫି ହାଉସ ଚେନ୍‌ ଷ୍ଟାରବକ୍ସର ଭାରତ […]

ବିଶ୍ୱର ସବୁଠାରୁ ବଡ଼ କଫି ହାଉସ ଚେନ୍ ଷ୍ଟାରବକ୍ସର ଭାରତ ସିଇଓ ହେଲେ ଜଣେ ଓଡ଼ିଆ ପୁଅ

sushant-dash

Advertisment

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଅନେକ ବଡ଼ ପଦପଦବୀର ଭାର ଓଡ଼ିଆଙ୍କ ହାତରେ ରହିଛି। ଆର୍‌ବିଆଇ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ହୁଅନ୍ତୁ କିମ୍ବା ଭାରତୀୟ ସେନାର ସଦର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟେନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ବା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, କମ୍ବା ଏନ୍‌ଡିଆର୍‌ଏଫ୍‌ ଡିଜିପି ଏସ୍‌ଏନ୍‌ ପ୍ରଧାନ ସମସ୍ତେ ଦେଶର ଦୁରୁ ଆୟିତ୍ୱ ସମ୍ଭାଳି ରାଜ୍ୟକୁ ଗୌରବାନ୍ନିତ କରିଛନ୍ତି।

Advertisment

ଏବେ ପୁଣି ଜଣେ ଓଡ଼ିଆ ବିଶ୍ୱର ସବୁଠାରୁ ବଡ଼ କଫି ହାଉସ ଚେନ୍‌ ଷ୍ଟାରବକ୍ସର ଭାରତ ସିଇଓ ହୋଇ ରାଜ୍ୟକୁ ଗୌରବାନ୍ନିତ କରିଛନ୍ତି। ସେ ହେଲେ ସୁଶାନ୍ତ ଦାଶ। ସେ ମେ ୧ ତାରିଖରୁ ଦାୟିତ୍ୱ ସମ୍ଭାଳିବେ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ସୂଚନା ଥାଉକି, ଷ୍ଟାରବକ୍ସ କମ୍ପାନୀ ଟାଟାର ମାଲିକାନାରେ ରହିଛି। ତେବେ ଓଡ଼ିଆ ପୁଅ ସୁଶାନ୍ତ ଭାରତର ପ୍ରିମିୟମ କଫି ବ୍ରାଣ୍ଡର ସିଇଓ ପଦରେ ନିଯୁକ୍ତି ପାଇବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

୧୯୯୫ରେ ରେଭେନ୍ସା କଲେଜ୍‌ରୁ ଗ୍ରାଜୁଏସନ୍‌ ପାସ୍ କରିଛନ୍ତି ସୁଶାନ୍ତ। ସେ କଟକର ରେଭେନ୍ସାରୁ ଅର୍ଥନୀତି ଓ ପରିସଂଖ୍ୟାନ ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିଛନ୍ତି। ବର୍ତ୍ତମାନ ଭାରତର ମଧ୍ୟ-ପ୍ରାଚ୍ୟ ଥିବା Tata Global Beveragesର ଆଞ୍ଚଳିକ ସଭାପତି ଭାବେ କାର୍ଯ୍ୟରତ ଥିବା ସୁଶାନ୍ତ ପ୍ରାୟ ଦଶ ବର୍ଷ ତଳେ ଟାଟାର ଲୋକପ୍ରିୟ ବିଜ୍ଞାପନରେ ଦିଆଯାଉଥିବା ‘ଜାଗୋ ରେ’ ନାରା ଲେଖିଥିଲେ। 

Advertisment

ଟାଟା କମ୍ପାନୀ ଷ୍ଟାରବକ୍ସ ଲଞ୍ଚ କରିବା ପୂର୍ବରୁ ଏହାର କୋର୍‌ କମିଟିର ସଦସ୍ୟ ରହିଥିଲେ। ଭାରତରେ ଷ୍ଟାର୍‌ବକ୍ସର ଲୋକପ୍ରିୟତା ବଢ଼ାବାଇ ଓ ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସୁଶାନ୍ତଙ୍କର ଅନେକ ଭୂମିକା ରହିଛି। ସୁଶାନ୍ତଙ୍କ ପରିଶ୍ରମ ବଳରେ  ବର୍ତ୍ତମାନ ଦେଶର ୧୭ଟି ସହରରେ ୨୧୫ରୁ ଅଧିକ ଷ୍ଟୋରରେ ଷ୍ଟାର ବକ୍ସ କାର୍ଯ୍ୟକ୍ଷମ କରୁଛି।

ଷ୍ଟାରବକ୍ସ‌ ଇଣ୍ଡିଆର ସିଇଓ ଭାବେ କାର୍ଯ୍ୟ କରୁଥିବା ନୀବନ ଗୁରନାନେଙ୍କ ସ୍ଥାନରେ ଶ୍ରୀ ଦାଶ ମେ’ ୧ରେ ଦାୟିତ୍ୱ ଗ୍ରହଣ କରିବେ। ୨୦୧୨ରେ ଷ୍ଟାରବକ୍‌ସ ଇଣ୍ଡିଆରେ ଲଞ୍ଚ କରିଥିଲା। ୪ର୍ଥ ସିଇଓ ଭାବେ ଶ୍ରୀ ଦାଶ ଏହି ପଦରେ ବସିବାକୁ ଯାଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ