GDP Photograph: (OTV)
ରାଜ୍ୟରେ ବଢ଼ିଲା ମୁଣ୍ଡପିଛା ଆୟ। ଜାତୀୟ ସ୍ତରଠୁ ବୃଦ୍ଧି ପାଇଛି ରାଜ୍ୟର ମୁଣ୍ଡ ପିଛା ଆୟ। ୨୦୨୫-୨୬ରେ ବର୍ଷରେ ରାଜ୍ୟର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧ ଲକ୍ଷ ୮୬ ହଜାର ୭୬୧ ଟଙ୍କାରେ ପହଞ୍ଚିଛି। ସର୍ବଭାରତୀୟ ସ୍ତରରେ ଏହି ସମୟରେ ମୁଣ୍ଡ ପିଛା ଆୟ ୬.୯ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୯.୨ ପ୍ରତିଶତ ରହିଛି।
ଅର୍ଥବ୍ୟବସ୍ଥାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ଜାତୀୟ ହାରରୁ ଅଧିକ ରହିଛି। କୃଷି ଏବଂ ଅନୁସଙ୍ଗିକ କ୍ଷେତ୍ରରେ ୨୦୨୫-୨୬ରେ ୫.୩ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ବେଳେ ଯାହା ସର୍ବ ଭାରତୀୟ ସ୍ତରରେ ୩.୧ ପ୍ରତିଶତ ଥିଲା। ବର୍ତ୍ତମାନର ମୂଲ୍ୟରେ ଓଡିଶାର ଅର୍ଥନୀତିର ଆକାର ( GSDP) ୨୦୨୫-୨୬ରେ ୯.୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/19/gdp-2026-02-19-13-25-59.jpg)