Advertisment

ଟୋକିଓ ଅଲିମ୍ପିକ୍ସ ଭାରତୀୟ ମହିଳା ହକି ଦଳରେ ଓଡ଼ିଆ ଝିଅ ଦୀପ ଗ୍ରେସ୍‌

ନୂଆଦିଲ୍ଲୀ: ଓଡିଆ ମହିଳା ହକି ଷ୍ଟାର ଦୀପ ଗ୍ରେସ ଏକ୍କାଙ୍କୁ ଅଲିମ୍ପିକ ଟିକେଟ । ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ୧୬ ଜଣିଆ ଭାରତୀୟ ମହିଳା ହକି ଦଳରେ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପକ୍କା କରିଛନ୍ତି ଦୀପ ଗ୍ରେସ୍ ।…

ଅଦ୍ୟତନ ହୋଇଛି
ଟୋକିଓ ଅଲିମ୍ପିକ୍ସ ଭାରତୀୟ ମହିଳା ହକି ଦଳରେ ଓଡ଼ିଆ ଝିଅ ଦୀପ ଗ୍ରେସ୍‌

Deep-Grace

Advertisment

ନୂଆଦିଲ୍ଲୀ: ଓଡିଆ ମହିଳା ହକି ଷ୍ଟାର ଦୀପ ଗ୍ରେସ ଏକ୍କାଙ୍କୁ ଅଲିମ୍ପିକ ଟିକେଟ । ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ୧୬ ଜଣିଆ ଭାରତୀୟ ମହିଳା ହକି ଦଳରେ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପକ୍କା କରିଛନ୍ତି ଦୀପ ଗ୍ରେସ୍ । ବେଙ୍ଗାଳୁରୁର ସାଇ କୋଚିଂ ସେଣ୍ଟରରେ ଚାଲିଥିବା କ୍ୟାମ୍ପରୁ ଏହି ଟିମ୍‌ ଚୟନ କରାଯାଇଛି । ଏହା ହେବ ତାଙ୍କ ଦ୍ୱିତୀୟ ଅଲିମ୍ପିକ୍ସ । ୨୦୧୬ ରିଓ ଅଲିମ୍ପିକ୍ସରେ ବି ଭାରତୀୟ ଦଳରେ ସାମିଲ ଥିଲେ ଦୀପ ଗ୍ରେସ । ୨୦୧୧ରେ ସେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । କ୍ୟାରିୟର ଆରମ୍ଭରୁ ଦୀପ ଗ୍ରେସ୍ ଭାରତୀୟ ହକି ଦଳରେ ଜଣେ ନିୟମିତ ଖେଳାଳି । ଭାରତୀୟ ଟିମରେ ଜଣେ ଭରସାଯୋଗ୍ୟ ଡିଫେଣ୍ଡର ଭାବେ ସେ ନିଜକୁ ପ୍ରମାଣିତ କରିବା ସହ ପ୍ରତିଷ୍ଠା ଅର୍ଜନ କରିଛନ୍ତି ।

Advertisment

ଭାରତୀୟ ମହିଳା ହକି ଦଳର ଡିଫେନ୍ସ କହିଲେ ଦୀପ ଗ୍ରେସ୍ ଏକ୍କାଙ୍କୁ ହିଁ ବୁଝାଏ । ଦୀପ୍‌ ଗ୍ରେସଙ୍କ ଉପସ୍ଥିତି ଭାରତୀୟ ଡିଫେନ୍ସକୁ ଅଧିକ ଶକ୍ତିଶାଳୀ କରାଇଥାଏ । ହୁଏତ ସେ ଡିଫେଣ୍ଡର୍ ଭାବେ କ୍ୟାରିୟର ଆରମ୍ଭ କରିଛନ୍ତି, କିନ୍ତୁ ସେ ଜଣେ ଗୋଲକିପର ହେବାକୁ ଚାହୁଁଥିଲେ । ୨୦୧୧ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଦୀପ୍‌ ଗ୍ରେସ ଭାରତ ପକ୍ଷରୁ ୨୦୨ ମ୍ୟାଚ୍ ଖେଳି ୧୩ ଗୋଲ୍ ଦେଇଛନ୍ତି । ତାଙ୍କ ପ୍ରତିନିଧିତ୍ୱରେ ଭାରତ ଅଣ୍ଡର୍‌-୧୮ ଏସିଆ କପ୍‌ରେ ବ୍ରୋଞ୍ଜ ପଦକ ଜିତିଥିଲା । ଏହାଛଡ଼ା ସେ ୨୦୧୩ରେ ଏଫଆଇଏଚ୍ ୱାର୍ଲ୍ଡ ଲିଗ୍ (ରାଉଣ୍ଡ-୨), ମହିଳା ଜୁନିୟର ବିଶ୍ୱକପ୍‌ରେ ବ୍ରୋଞ୍ଜ ପଦକ, ୨୦୧୩ରେ ମହିଳା ହକି ଏସିଆ କପରେ ବ୍ରୋଞ୍ଜ ପଦକ ବିଜେତା ଦଳର ସଦସ୍ୟ ରହିଥିଲେ ।

୨୦୧୬ ରିଓ ଅଲିମ୍ପିକ୍ସରେ ଖେଳିବା ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ମୁହୂର୍ତ୍ତ । ୨୦୧୬, ଜୁନ୍ ୩ ତାରିଖରେ ନିଜର ୨୨ତମ ଜନ୍ମଦିନରେ ଦୀପ୍‌ ଗ୍ରେସ୍ ୧୦୦ତମ ଅନ୍ତର୍ଜାତୀୟ କ୍ୟାପ୍ ପରିଧାନ କରିଥିଲେ । ଏହା ପରେ ଅକ୍ଟୋବର ୬ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମ୍ୟାଲେସିଆ ବିପକ୍ଷ ମ୍ୟାଚରେ ସେ ନିଜର ୧୫୦ତମ ମ୍ୟାଚ୍ ଖେଳିଥିବା ବେଳେ ୨୦୧୯, ଅକ୍ଟୋବରରେ ଗ୍ରେଟ୍ ବ୍ରିଟେନ୍ ବିପକ୍ଷ ମ୍ୟାଚରେ ନିଜର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ୨୦୧୯ରେ କଳିଙ୍ଗ ଷ୍ଟାଡିୟମରେ ସେ ଅଲିମ୍ପିକ୍ସ କ୍ୱାଲିଫାଇଙ୍ଗ୍ ମ୍ୟାଚ୍ ଖେଳି ଓଡ଼ିଶାରେ ପଦାର୍ପଣ କରିଥିଲେ । ଟୋକିଓ ଅଲିମ୍ପିକ୍ସରେ ସେ ନିଜର ଦମଦାର ଡିଫେନ୍ସ ଦ୍ୱାରା ଭାରତୀୟ ମହିଳା ହକିକୁ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ଟାର୍ଗେଟ୍ କରିଛନ୍ତି ।

Advertisment
Tokyo Olympic Deep-Grace
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ