election
ଜୟପୁର(ଟି.ଗୌରୀଶଙ୍କର): ବେଙ୍ଗାଲୁରୁରେ ନିର୍ବାଚନ ଲଢୁଛନ୍ତି ଜଣେ ଓଡ଼ିଆ ପୁଅ। ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ସେ ହେଉଛନ୍ତି କୋରାପୁଟ ଜିଲ୍ଲା ଜୟପୁରର ଯୁବକ ରେପାର୍ତ୍ତି ଅନୀଲ କୁମାର।
ଜୟପୁର ସହରର ବେଲରୋଡରେ ତାଙ୍କ ଘର। ଗତ ୪ବର୍ଷ ହେଲା ସେ ବେଙ୍ଗାଲୁରୁରେ ପତ୍ନୀଙ୍କ ସହ ରହୁଛନ୍ତି। ଏବେ ସେ ରେପାର୍ତ୍ତି କନସାଲଟାନସି ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଅଛନ୍ତି।
ଚଳିତ ନିର୍ବାବନରେ ସେ ବେଙ୍ଗାଲୁରୁ ସେଣ୍ଟ୍ରାଲରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ଏଥିପାଇଁ ନାମାଙ୍କନ ଭରିସାରିଥିବା ବେଳେ ନିର୍ବାଚନକୁ ନେଇ ପ୍ରଚାର ମଧ୍ୟ ଜୋରସୋରରେ ଆରମ୍ଭ କରିଦେଇଛନ୍ତି।
ବେଙ୍ଗାଲୁରର ସେଣ୍ଟ୍ରାଲ ଲୋକସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ, ବିଜେପି ସମେତ ୨୨ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଯେଉଁଥିରେ ସ୍ୱାଧୀନ ଭାବେ ଅନୀଲଙ୍କ ପ୍ରତିଦ୍ୱନ୍ଦ୍ୱୀ ହୋଇଛନ୍ତି ଜଣାଶୁଣା ଦକ୍ଷିଣ ଭାରତ ଚଳଚ୍ଚିତ୍ର ଅଭିନେତା ପ୍ରକାଶ ରାଜ୍।
ଅନ୍ୟପକ୍ଷରେ ନିର୍ବାଚନକୁ ନେଇ ଉଭୟ ଅନୀଲ ଏବଂ ତାଙ୍କ ପରିବାର ଖୁସି ଅନୁଭବ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/election-12_1626759683.jpg)