Odisha Youth Returns Home Photograph: (OTV)
ମୁକ୍ତ ହେବା ପରେ ଭାରତ ଫେରିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ। ଜଗତସିଂହପୁର ଜିଲ୍ଲା କୋଟକଣା ଗାଁର ଆଦର୍ଶ ବେହେରା ଆଜି ଜନ୍ମମାଟିରେ ପହଞ୍ଚିଲେ। ଆବୁଧାବିରୁ ବିମାନ ଯୋଗେ ହାଇଦ୍ରାବାଦ ଓ ସେଠୁ ଭୁବନେଶ୍ବର ପହଞ୍ଚିଛନ୍ତି। ଆବୁଧାବିରୁ ବିମାନ ଯୋଗେ ହାଇଦ୍ରାବାଦ ଓ ସେଠୁ ଭୁବନେଶ୍ବର ପହଞ୍ଚିଛନ୍ତି। ସୁରକ୍ଷିତ ଭାବେ ଆଦର୍ଶ ଫେରିଥିବାରୁ ପରିବାରରେ ଖୁସିର ଲହରି ଖେଳୀଯାଇଛି।
୨୦୨୨ରେ ସୁଦାନର ଦର୍ଫୁର ଷ୍ଟେଟରେ ଥିବା ଅଲ୍ ଫାସିର ନାମକ ସ୍ଥାନରେ ଏକ ପ୍ଲାଷ୍ଟିକ କଂପାନୀରେ କାମ କରୁଥିଲେ। ସେଠାରେ ଗୃହଯୁଦ୍ଧ ଭୟଙ୍କର ରୂପ ନେବାରୁ କଂପାନୀ ବନ୍ଦ ହୋଇଯାଇଥିଲା। ଏହାପରେ ଗତ ମାସରେ ବନ୍ଧୁକଧାରୀ ବ୍ୟକ୍ତିଙ୍କ ସହ ତାଙ୍କୁ ଅଟକ ରଖାଯାଇଥିବା ଭିଡିଓ ସାମ୍ନାକୁ ଆସିଥିଲା। ଭିଡିଓରେ ନେହୁରା ହେଉଥିଲେ ବି ଆଦର୍ଶଙ୍କୁ ସେମାନେ ଛାଡ଼ୁନଥିଲେ ବରମ୍ ଅଧିକ ଭୟଭୀତ କରାଉଥିଲେ।
ସୁଦାନରେ ଫସିଯାଇଥିବାରୁ ଉଦ୍ଧାର ପାଇଁ ନିବେଦନ କରିଥିଲେ। ତାର କିଛିଦିନ ପରେ କାମ କରୁଥିବା କଂପାନୀକୁ ଯାଇଥିବାବେଳେ ଆଦର୍ଶକଙ୍କୁ ଉଠାଇ ନେଇଥିଲେ ବିଦ୍ରୋହୀ ଆତଙ୍କୀ ସଂଗଠନ RSFର ସଦସ୍ୟ। ପରିବାର ଲୋକଙ୍କ ପାଖକୁ ଆସିଥିବା ଭିଡ଼ିିଓରେ ଆତଙ୍କୀମାନେ ଏକ ଜଙ୍ଗଲରେ ତାଙ୍କୁ ରଖିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ପରିବାର ଲୋକ। ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ଲୋକସଭାରେ ପ୍ରସଙ୍ଗ ଉଠାଇଥିଲେ। ଆଦର୍ଶଙ୍କୁ ମୁକୁଳାଇବା ପାଇଁ କେନ୍ଦ୍ର ସରକାର ମଧ୍ୟ ପଦକ୍ଷେପ ନେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/17/odisha-youth-returns-home-2025-12-17-09-58-41.jpg)