Kandhamal Photograph: (OTV)
ମାଓମୁକ୍ତ ଆଡ଼କୁ ଆଉ ପାଦେ ବଢାଇଲା ଓଡ଼ିଶା। କନ୍ଧମାଳ ନଣ୍ଡାବାଡ଼ି ଜଙ୍ଗଲରେ ୨ ନକ୍ସଲ ନିହତ ପରେ ଜାରି ରହିଛି ଜୋରଦାର କମ୍ବିଂ ଅପରେସନ୍ । CPI ମାଓବାଦୀର ରାଜ୍ୟ କମିଟି ସଦସ୍ୟ ଶୁକ୍ରୁ ଲୁଚିଥିବା ସନ୍ଦେହରେ ତନ୍ନ ତନ୍ନ କରି ଖୋଜୁଛନ୍ତି ସୁରକ୍ଷାକର୍ମୀ ।
ଗୁଳି ବିନିମୟରେ ଏକାଧିକ ମାଓବାଦୀ ଆହତ ହୋଇଥିବାରୁ SOG ଟିମ ଏବେ ବି ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଚଳାଇଛି । ପୂରା ଜଙ୍ଗଲକୁ ଘେରି ରହିଛନ୍ତି SOG ଟିମ୍। ଗତକାଲି ସକାଳେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ମାଓବାଦୀ ନିହତ ହୋଇଥଲେ।
ଉଭୟଙ୍କ ମୃତଦେହକୁ ଫୁଲବାଣୀ ପୋଲିସ ମୁଖ୍ୟାଳୟକୁ ନିଆଯାଇଛି। ନିହତ ଦୁଇ ମାଓବାଦୀ ହେଲେ ଛତିଶଗଡ଼ର ଯୋଗେଶ ଏବଂ ରତ୍ନା । ଯୋଗେଶ CPI ମାଓବାଦୀ KKBN divisionର ଏରିଆ କମିଟି ମେମ୍ବର ଏବଂ ରତ୍ନା ଥିଲା ପାର୍ଟି ମେମ୍ବର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/23/kandhamal-2026-02-23-08-25-21.jpg)