Advertisment

Revenue Service: ହ୍ବାଟ୍‌ସ ଆପ୍ ରେ ମିଳିବ ରାଜସ୍ୱ ସେବା, ରାଜସ୍ବ ମନ୍ତ୍ରୀଙ୍କୁ ଅଭିଯୋଗ କରିପାରିବେ

ହ୍ବାଟ୍‌ସ ଆପ୍ ରେ ମିଳିବ ରାଜସ୍ୱ ସେବା । ୨୪ ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ । ଜମିଜମା ବାବଦରେ ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ ।

Revenue Services

Revenue Services Photograph: (OTV)

Advertisment

ହ୍ବାଟ୍‌ସ ଆପ୍ ରେ ମିଳିବ ରାଜସ୍ୱ ସେବା । ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ୨୪ ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ । ଜମିଜମା ବାବଦରେ ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ । ଏହାସହ ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ କରାଯିବ । 

Advertisment

ଏହାଦ୍ବାରା ଦୁର୍ନୀତି ବନ୍ଦ ହେବା ସହ ବାରମ୍ବାର ଲୋକଙ୍କୁ ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ । ସମୟ ଭିତରେ ସମସ୍ୟା ସମାଧାନ କରାନଯାଏ କିମ୍ବା ଦୁର୍ନୀତି ଅଭିଯୋଗ ଆସେ । ତେବେ ସଂପୃକ୍ତ ଅଧିକାରୀଙ୍କ ଉପରେ କଡା ଆକ୍ସନ ନିଆଯିବ । 

ସେହିପରି କାମ ନହେଲେ ରାଜସ୍ୱ ମନ୍ତ୍ରୀଙ୍କୁ ହ୍ବାଟ୍ ସ ଆପ୍ ରେ ଅଭିଯୋଗ କରିପାରିବେ ଅଭିଯୋଗକାରୀ। ଆସନ୍ତାକାଲି ହ୍ବାଟ୍ ସ ଆପ୍ ସେବାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ। ଏହାସହ ୫୫ଟି ତହସିଲ ଅଫିସକୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯିବ।

Advertisment

Revenue Service
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ