/odishatv-khabar/media/post_attachments/uploadimage/library/16_9/16_9_0/death-1_1624685599.jpg)
death
ଭୁବନେଶ୍ୱର : ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ରାଜ୍ୟରେ ଆଜି ୪୭ କରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଲା କରୋନା । ଫଳରେ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୪୮କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବରଗଡ଼, କଟକ, ନୟାଗଡ଼ରୁ ୫ ଲେଖାଏଁ ଓ ଗଞ୍ଜାମ, ପୁରୀ, ସୁନ୍ଦରଗଡ଼ରୁ ୩ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ଅନୁଗୁଳ, ଯାଜପୁର ଓ କେନ୍ଦ୍ରାପଡ଼ାରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଅନ୍ୟପଟେ ବାଲେଶ୍ୱର, ଢେଙ୍କାନାଳ, ଗଜପତି, ଜଗତସିଂହପୁର,ଝାରସୁଗୁଡ଼ା, କଳାହାଣ୍ଡି, ମୟୂରଭଞ୍ଜଅ ଓ ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଜୀବନ ହାରିଛନ୍ତି ।
ସେପଟେ ଗତକାଲି କମିଥିଲା, ଆଜି ପୁଣି ବଢ଼ିଲା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୫୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୫୫୪ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୦୨ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୫୨୬ଟି ଲୋକାଲ କେସ୍ ବାହାରିଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୭ ହଜାର ୬୨କୁ ବୃଦ୍ଧି ପାଇଛି ।
Covid-19 Report For 25th June
New Positive Cases: 3554
In quarantine: 2028
Local contacts: 1526(Details of local contacts will be shared by concerned Dist Administration)
District Wise Cases:
1. Angul: 133
2. Balasore: 271
3. Bargarh: 31
4. Bhadrak: 158
5. Balangir: 31— I & PR Department, Odisha (@IPR_Odisha) June 26, 2021
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୩୩, ବାଲେଶ୍ୱରରୁ ୨୭୧, ବରଗଡ଼ରୁ ୩୧, ଭଦ୍ରକରୁ ୧୫୮, ବଲାଙ୍ଗିରରୁ ୩୧, ବୌଦ୍ଧରୁ ୮, କଟକରୁ ୫୦୧, ଦେବଗଡ଼ରୁ ୮, ଢେଙ୍କାନାଳରୁ ୫୬, ଗଜପତିରୁ ୨୪, ଗଂଜାମରୁ ୨୨, ଜଗତସିଂହପୁରରୁ ୧୪୫, ଯାଜପୁରରୁ୨୫୬, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୩୮, କେନ୍ଦ୍ରାପଡ଼ାରୁ ୧୧୯, କେନ୍ଦୁଝରରୁ ୬୫ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ୬୫୧, କୋରାପୁଟରୁ ୬୯, ମାଲକାନଗିରିରୁ ୬୧, ମୟୂରଭଂଜରୁ ୧୯୬, ନବରଙ୍ଗପୁରରୁ୨୨, ନୟାଗଡ଼ରୁ ୧୦୦, ନୂଆପଡ଼ାରୁ ୨୦, ପୁରୀରୁ ୨୩୩, ରାୟଗଡ଼ାରୁ ୬୧, ସମ୍ବଲପୁରରୁ ୧୮, ସୁବର୍ଣ୍ଣପୁରରୁ ୨୯, ସୁନ୍ଦରଗଡ଼ରୁ ୭୧ ଓ ଷ୍ଟେଟପୁଲରୁ ୧୦୦ ସଂକ୍ରମିତ ବାହାରିଛନ୍ତି । ସେପଟେ ୨୪ ଘଣ୍ଟାରେ ୬୮ ହଜାର ୬୯୫ କରୋନା ସାମ୍ପଲ ଟେଷ୍ଟ କରାଯାଇଛି । ରାଜ୍ୟରେ ଏବେ ପଜିଟିଭିଟି ହାର ରହିଛି ୫.୧୭% ପ୍ରତିଶତ ।
ସେପଟେ ଗତକାଲି ଓଡ଼ିଶାରେ ଗୋଟିଏ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛି। ଡେଲଟା ପ୍ଲସ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଦେଶରେ ଚିହ୍ନଟ ମୋଟ ୪୮ଟି କେସ୍ରୁ ଓଡ଼ିଶାରେ ଗୋଟିଏ ରହିଛି। ମହାରାଷ୍ଟ୍ରରେ ୨୦, ତାମିଲନାଡୁରେ ୯, ମଧ୍ୟପ୍ରଦେଶରେ ୭ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଚିହ୍ନଟ ଡେଲଟା ପ୍ଲସ ରୋଗୀ ଦେବଗଡ଼ର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)