Advertisment

ଓଡ଼ିଶାରେ କରୋନା ସ୍ଥିତି: ନେଲା ଆଉ ୩ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି।  ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩ ମୃତକଙ୍କ ମଧ୍ୟରୁ ୨ଜଣ ଗଞ୍ଜାମ ଜିଲ୍ଲାର ଓ ଜଣେ ଗଜପତି ଜିଲ୍ଲାର ବୋଲି ସୂଚନା ମିଳିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ଆଉ ୫୯୧ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ […]

ଅଦ୍ୟତନ ହୋଇଛି
ଓଡ଼ିଶାରେ କରୋନା ସ୍ଥିତି: ନେଲା ଆଉ ୩ ଜୀବନ

EW61ZkTXQAAr5Qu (1)

Advertisment

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି।  ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩ ମୃତକଙ୍କ ମଧ୍ୟରୁ ୨ଜଣ ଗଞ୍ଜାମ ଜିଲ୍ଲାର ଓ ଜଣେ ଗଜପତି ଜିଲ୍ଲାର ବୋଲି ସୂଚନା ମିଳିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି।

Advertisment

publive-image

ଅନ୍ୟପକ୍ଷରେ, ଓଡ଼ିଶାରେ ଆଉ ୫୯୧ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫,୨୫୯ ଜଣ ଚିକିତ୍ସାଧୀନ ଥିବାବେଳେ ୧୧,୩୩୦ ଜଣ ସୁସ୍ଥ ହୋଇଛନ୍ତି। ୮୬ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୨୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି।

Advertisment

publive-image

Coronavirus In Odisha Latest Corona News In Odisha Corona Deaths In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ