Advertisment

ରାଜ୍ୟରେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ, ୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁରରୁ ୮ଜଣ, କେନ୍ଦୁଝରରୁ ୨ଜଣ, କଟକରୁ ୨ଜଣ, ମାଲକାନଗିରିରୁ […]

ରାଜ୍ୟରେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ, ୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

corona latest news odisha

Advertisment

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଚିହ୍ନଟ ନୂଆ ୧୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁରରୁ ୮ଜଣ, କେନ୍ଦୁଝରରୁ ୨ଜଣ, କଟକରୁ ୨ଜଣ, ମାଲକାନଗିରିରୁ ଜଣେ, ଖୋର୍ଦ୍ଧାରୁ ୧୯ଜଣ, ନୟାଗଡ଼ରୁ ୩ଜଣ, ଯାଜପୁର, ଢେଙ୍କାନାଳ ଓ ବଲାଙ୍ଗିରରୁ ଜଣେ ଲେଖାଏ, ମୟୂରଭଞ୍ଜରୁ ୩ଜଣ, କଳାହାଣ୍ଡିରୁ ୩ଜଣ, କନ୍ଧମାଳରୁ ୨ଜଣ, ଗଞ୍ଜାମରୁ ୧୮ଜଣ, ଦେବଗଡ଼ରୁ ୫ଜଣ, ସୁନ୍ଦରଗଡ଼ରୁ ୭ଜଣ, କେନ୍ଦ୍ରାପଡ଼ାରୁ ୨ଜଣ ଓ ବାଲେଶ୍ୱରରୁ ୭ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଚିହ୍ନଟ ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅମ୍ପନ୍‌ ଉଦ୍ଧାର କାର୍ଯ୍ୟ ସାରି ପଶ୍ଚିମବଙ୍ଗରୁ ଫେରିଥିବା NDRF/ODRAFର ୬୧ଜଣ କର୍ମଚାରୀ ଅଛନ୍ତି।

Advertisment

publive-image

publive-image

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୩୬ଜଣ ଚିକିତ୍ସାଧୀନ ଥିବାବେଳେ ୧,୯୯୩ଜଣ ସୁସ୍ଥ ହୋଇଛନ୍ତି। ତେବେ ୯ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ସେପଟେ ରାଜ୍ୟର ୧୨ ଅଗ୍ନିଶମ କର୍ମଚାରୀଙ୍କୁ କରୋନା ରେ ଆକ୍ରାନ୍ତ ହୋଇଛନ୍ତି ।

ଅଧିକ କରୋନା ଖବର ପାଇଁ ଆମ ସହିତ ଯୋଡି ହୁଅନ୍ତୁ ।

publive-image

Coronavirus In Odisha Novel Coronavirus Odisha Odisha Breaking News Odia News Odia News Live Corona Virus Odisha Coronavirus Latest News Odisha Coronavirus Pandemic Odisha Khabar Odisha Today Odia Khabar Odisha Khabar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ