corona
ଭୁବନେଶ୍ୱର: ରାଜ୍ୟରେ ଆଉ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ନୂଆ ୧୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୩ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ନବରଙ୍ଗପୁର ଓ ଖୋର୍ଦ୍ଧାରୁ ୧୯ଜଣ ଲେଖାଏ, ରାୟଗଡ଼ାରୁ ୧୬, ଗଞ୍ଜାମରୁ ୫୮, ଯାଜପୁର ଓ ନୟାଗଡ଼ରୁ ୩ଜଣ ଲେଖାଏ, ମାଲାକାନଗିରିରୁ ୫, ପୁରୀରୁ ୬, କଟକରୁ ୧୪, ଗଜପତିରୁ ୧୬, ବରଗଡ଼ ଓ କୋରାପୁଟରୁ ଜଣେ ଲେଖାଏ, କେନ୍ଦ୍ରାପଡ଼ାରୁ ୬, ସମ୍ବଲପୁରରୁ ୨ଜଣ ଆକ୍ରାନ୍ତ ରହିଛନ୍ତି।
ସେହିପରି ପଶ୍ଚିମବଙ୍ଗରୁ ଅମ୍ପନ୍ ମୁକାବିଲା କରି ଫେରିଥିବା ଏନ୍ଡିଆର୍ଏଫ୍ର ଆଉ ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
/odishatv-khabar/media/post_attachments/wp-content/uploads/2020/06/Capture-31.jpg)
/odishatv-khabar/media/post_attachments/wp-content/uploads/2020/06/Capture-11-5.jpg)
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬,୩୫୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୯୦୩ଜଣ ଚିକିତ୍ସାଧୀନ ଥିବାବେଳେ ୪,୪୨୨ଜଣ ସୁସ୍ଥ ହୋଇଛନ୍ତି। ୧୮ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି।
/odishatv-khabar/media/post_attachments/wp-content/uploads/2020/06/Capture-32.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona-25_1626167206.jpg)