Accident Photograph: (OTV)
ରାଜ୍ୟରେ ସଡ଼କ ଦୁର୍ଘଟଣା ପାଇଁ ବଢୁଛି ଚିନ୍ତା। ସଡ଼କ ଦୁର୍ଘଟଣାରେ ପ୍ରତିଦିନ ୧୫ ଲୋକଙ୍କର ଯାଉଛି ଜୀବନ । ପୁରା ଭାରତରେ ସଡ଼କ ଦୁର୍ଘଟଣା କ୍ଷେତ୍ରରେ ଓଡ଼ିଶା ୧୩ ନମ୍ବର ସ୍ଥାନରେ ରହିଛି। ଯାହା ଏକ ଚିନ୍ତାଜନକ ବିଷୟ ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢୀ।
ଖାଲି ଓଡ଼ିଶାରେ ନୁହେଁ ବରଂ ସାରା ଭାରତରେ ସଡ଼କ ସୁରକ୍ଷା ଏକ ବଡ ସମସ୍ୟା ରୂପେ ଉଭା ହୋଇଛି। ଲୋକଙ୍କ ସହଯୋଗ ସହ ସମସ୍ତଙ୍କ ମିଳିତ ଉଦ୍ୟମରେ ସଡ଼କ ଦୁର୍ଘଟଣାକୁ ରୋକିବା ଲାଗି ଚେଷ୍ଟା ଜାରି ରହିଛି। ୪ଟି ଦିଗକୁ ଦୃଷ୍ଟିରେ ରଖାଯାଇଛି। ଲୋକମାନେ ଛୋଟ ବେନିଫିଟ ପାଇଁ ଲାଇନରୁଲ, ମିଡିୟମ ରୁଲକୁ ମାନୁ ନାହାଁନ୍ତି।
ଏଥିପାଇଁ ଦୁର୍ଘଟଣା ବଢୁଛି। ତେବେ ରାଜ୍ୟ ସରକାର ବ୍ଲାକ ସ୍ପଟ ଚିହ୍ନଟ ହୋଇଥିବା ଅଞ୍ଚଳରେ ଇଂଜିନିୟରିଂ ସଲ୍ୟୁସନ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ସେହିପରି ରାସ୍ତାର ଭିଡ ନିୟନ୍ତ୍ରଣ ପାଇଁ ସରକାର HYPER LOCAL SOLUTION ପାଇଁ ଚଳାଇଛନ୍ତି ପ୍ରଚେଷ୍ଟା।
• 'ଦୁର୍ଘଟଣାରେ ପ୍ରତିଦିନ ଯାଉଛି ୧୫ ଜୀବନ'
• ରାଜ୍ୟରେ ସଡ଼କ ଦୁର୍ଘଟଣା ପାଇଁ ବଢୁଛି ଚିନ୍ତା
• ସଡ଼କ ଦୁର୍ଘଟଣାରେ ପ୍ରତିଦିନ ୧୫ ଲୋକଙ୍କର ଯାଉଛି ଜୀବନ
• ସଡ଼କ ଦୁର୍ଘଟଣା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ୧୩ ନମ୍ବର
• ଚିନ୍ତାଜନକ ବିଷୟ କହିଲେ ବାଣିଜ୍ୟ ଓ ପରିବହନ ସଚିବ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/16/accident-2025-11-16-13-21-57.jpg)