Advertisment

ରାଜ୍ୟର ଏହି ୭ ଜିଲ୍ଲାରେ ରହିଛି ସୀମା ବିବାଦ; ଖୁଣ୍ଟି ଜଗିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଦିନକୁ ଦିନ ଉଗ୍ର ହେଉଛି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ। ଓଡ଼ିଶାର ସୀମାବର୍ତ୍ତି ଜିଲ୍ଲାର କିଛି ସ୍ଥାନରେ ପଂଚାୟତ ନିର୍ବାଚନ କରି ଆନ୍ଧ୍ରପ୍ରଦେଶ ହଟଚମଟ ସୃଷ୍ଟି କରିଥିଲା। କେବଳ ଆନ୍ଧ୍ର ନୁହେଁ ପଡ଼ୋଶୀ ଛତିଶଗଡ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସହ ବି ଆମ ରାଜ୍ୟର ସୀମା ରହିଛି। ଏହାକୁ ନେଇ ଚାରିଆଡୁ ସମାଲୋଚନା ଓ ଚାପ ପଡ଼ିବା ପରେ ଏବେ ରାଜ୍ୟ ସରକାରଙ୍କର ନିଦ ଭାଙ୍ଗିଛି। ଫଳରେ ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ […]

ରାଜ୍ୟର ଏହି ୭ ଜିଲ୍ଲାରେ ରହିଛି ସୀମା ବିବାଦ; ଖୁଣ୍ଟି ଜଗିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ

boarder

Advertisment

ଭୁବନେଶ୍ୱର: ଦିନକୁ ଦିନ ଉଗ୍ର ହେଉଛି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ। ଓଡ଼ିଶାର ସୀମାବର୍ତ୍ତି ଜିଲ୍ଲାର କିଛି ସ୍ଥାନରେ ପଂଚାୟତ ନିର୍ବାଚନ କରି ଆନ୍ଧ୍ରପ୍ରଦେଶ ହଟଚମଟ ସୃଷ୍ଟି କରିଥିଲା। କେବଳ ଆନ୍ଧ୍ର ନୁହେଁ ପଡ଼ୋଶୀ ଛତିଶଗଡ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସହ ବି ଆମ ରାଜ୍ୟର ସୀମା ରହିଛି। ଏହାକୁ ନେଇ ଚାରିଆଡୁ ସମାଲୋଚନା ଓ ଚାପ ପଡ଼ିବା ପରେ ଏବେ ରାଜ୍ୟ ସରକାରଙ୍କର ନିଦ ଭାଙ୍ଗିଛି। ଫଳରେ ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ।

Advertisment

ଜିଲ୍ଲାପାଳମାନଙ୍କୁ ରାଜସ୍ୱ ବିଭାଗ ସଚିବ ଲେଖିଥିବା ଚିଠି ଅନୁଯାୟୀ, ଏଣିକି ପ୍ରତି ୧୫ ଦିନରେ ସୀମାବର୍ତ୍ତୀ ଗାଁଗୁଡ଼ିକର ବିକାଶ ଓ ସେ ଅଞ୍ଚଳରେ ପଡ଼ୋଶୀ ରାଜ୍ୟର କାର୍ଯ୍ୟକଳାପ ବିଷୟରେ ଅବଗତ କରାଇବେ ଜିଲ୍ଲାପାଳ। ସୀମାନ୍ତ ଗାଁ ବାବଦରେ ପ୍ରତି ୧୫ ଦିନରେ ଗୁପ୍ତ ରିପୋର୍ଟ ଦେବାକୁ ଦିଆଯାଇଛି।

ପୂର୍ବରୁ ଏଭଳି ନିର୍ଦ୍ଦେଶ ଥିଲେ ବି ତାହା ଆଦୌ କାର୍ଯ୍ୟକାରୀ ହେଉନଥିଲା। ସେହିପରି ବାର୍ଷିକ ସୀମା ଯାଂଚ ମଧ୍ୟ ହେଉନଥିଲା। ହେଲେ ଏଥର କଡ଼ାକଡ଼ି ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି। ତେଣୁ ସୀମାକୁ ଚିହ୍ନଟ କରୁଥିବା ଖୁଣ୍ଟିକୁ ନିୟମିତ ତଦାରଖ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଯଦି କେଉଁଠି ଖୁଣ୍ଟି ନଥିବ, ତାହେଲେ ତହସିଲଦାରମାନେ ଆବଶ୍ୟକ ପଦକ୍ଷେପ ନେବେ।

Advertisment

ସେପଟେ ବହୁ ଚର୍ଚ୍ଚିତ କୋଟିଆ ବିବାଦ ମାମଲା ଏବେ ସୁପ୍ରିମକୋର୍ଟରେ ରହିଛି। ଅଦାଲତରେ ନିଜ ପକ୍ଷ ଦୃଢ଼ କରିବାକୁ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କଠାରୁ ଆଇନଗତ ପରାମର୍ଶ ନେବାକୁ ନିଷ୍ପତ୍ତି ହୋଇଛି। ତେବେ ସୀମା ବିବାଦର ସମାଧାନ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ। ଫେବ୍ରୁଆରୀ ୨୪ ତାରିଖରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ ଯେ ପଡ଼ୋଶୀଙ୍କ ହସ୍ତକ୍ଷେପ ବରଦାସ୍ତ କରାଯିବ ନାହିଁ। ଯେଉଁ ସ୍ଥାନରେ ବିବାଦ ରହିଛି ସେହି ସ୍ଥାନଗୁଡ଼ିକୁ ଧ୍ୟାନ ଦିଆଯାଉଛି ବୋଲି ମାର୍ଣ୍ଡି କହିଥିଲେ। 

[caption id="attachment_249522" align="aligncenter" width="838"]publive-image ଓଡ଼ିଶାର ୧୪ଟି ଜିଲ୍ଲାର ସୀମା ପଡୋଶୀ ରାଜ୍ୟମାନଙ୍କ ସହ ଲାଗି ରହିଛି[/caption]

Advertisment

ସେପଟେ ସୀମା ବିବାଦ ନେଇ ରାଜ୍ୟ ସରକାର ଯେତେ ସତର୍କ ହୋଇ ପଦକ୍ଷେପ ନେଲେ ମଧ୍ୟ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ। ଏବେ ବି ସୀମା ବିବାଦର ପୁଳା ପୁଳା ଚିତ୍ର ସାମ୍ନାକୁ ଆସୁଛି। ମୟୂରଭଂଜ ରରୁଆଁ ବ୍ଲକ୍‌ର ଡେଣୁଆ ଗାଁ କଥା ଦେଖାଯାଉଛି ରାସ୍ତା ଏପଟେ ଓଡିଶା, ସେପଟେ ଝରଖଣ୍ଡ ରହିଛି। ଡେଣୁଆ ଗାଁକୁ ଉଭୟ ରାଜ୍ୟ ମଧ୍ୟରେ ଚାଲିଛି ଟଣାଓଟରା।

ସେହିପରି ନୂଆପଡ଼ା ସିନାପାଲି ବ୍ଲକର ଶେଷ ଗାଁ ନୂଆଁ ମାଲପଡ଼ା ଗାଁ ଆରପଟେ ରହିଛି। ଛତିଶଗଡର ବୁର୍ଜାବହାଲ ଦୁଇ ଗାଁ ଭିତରେ ଜମିକୁ ନେଇ ବି ବିବାଦ ଲାଗି ରହିଛି। ସେପଟେ ବାଲେଶ୍ୱର ଜଳେଶ୍ୱର ତହସିଲ୍‌ରେ ଓଡ଼ିଶାର ୯ଟି ଏବଂ ପଶ୍ଚିମବଙ୍ଗର ୧୩ଟି ଗାଁ ବିବାଦରେ ରହିଛି। ଉଭୟ ରାଜ୍ୟର ଅଧିକାରୀ ସୀମା ଚିହ୍ନଟ କରିବା ପରେ ସେଠାରେ ୪୨ଟି ଖୁଣ୍ଟି ପୋତା ଯାଇଛି।

ଓଡ଼ିଶାର ୧୪ଟି ଜିଲ୍ଲାର ସୀମା ପଡୋଶୀ ରାଜ୍ୟମାନଙ୍କ ସହ ଲାଗି ରହିଛି। ସେଥିରୁ କୋରାପୁଟ, ଗଂଜାମ, ଗଜପତି, ନୂଆପଡ଼ା, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର- ସମୁଦାୟ ୭ଟି ଜିଲ୍ଲାରେ ରହିଛି ସୀମା ବିବାଦ।

ରିପୋର୍ଟ:- ଦୀପକ କୁମାର ମହାନ୍ତ(କରଞ୍ଜିଆ), ଅଜିତ ଦାସ(ଜଳେଶ୍ୱ), ମାୟଧର ସରାଫ(ନୂଆପଡ଼ା) ଓ ହରିହର ଚାନ୍ଦ (ଭୁବନେଶ୍ୱର)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ