Advertisment

Odisha Prepares for Vice President’s Visit: ଓଡ଼ିଶା ଆସିବେ ଉପରାଷ୍ଟ୍ରପତି, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

ଆସନ୍ତା ୨୩ ତାରିଖରେ ଉପରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତ ପାଇଁ ସରକାରୀ ପ୍ରସ୍ତୁତି ଜୋରଦାର। ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯିବେ ବୋଲି ସୂଚନା ମିଳିଛି।

Vice President

Vice President Photograph: (OTV)

Advertisment

ଆସନ୍ତା ୨୩ ତାରିଖରେ ଉପରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତ ପାଇଁ ସରକାରୀ ପ୍ରସ୍ତୁତି ଜୋରଦାର। ଗସ୍ତ କାର୍ଯ୍ୟକ୍ରମ ଯେପରି ଶୃଙ୍ଖଳିତ ଏବଂ ସୂଚାରୁରୂପେ ପରିଚାଳନା ହେବ, ସେନେଇ ଲୋକସେବା ଭବନରେ ବସିଥିଲା ପ୍ରସ୍ତୁତି ବୈଠକ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। 

Advertisment

ଆସନ୍ତା ୨୩ ତାରିଖରେ ସକାଳ ୮ଟା ୫୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଉପରାଷ୍ଟ୍ରପତି। ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ବା ପରାକ୍ରମ ଦିବସ ଉପଲକ୍ଷେ କଟକକୁ ଯାଇ ନେତାଜୀ ମ୍ୟୁଜିୟମ ପରିଦର୍ଶନ କରିବେ। 

ଏହି ଅବସରରେ ଜିଲ୍ଲା ସଂସ୍କୃତି ଭବନ ମଧ୍ୟ ଉଦଘାଟନ କରିବେ ଉପରାଷ୍ଟ୍ରପତି। ସେଠାରୁ ରାଜ୍ୟପାଳଙ୍କ ଲୋକ ଭବନ ଆସି ମଧ୍ୟାହ୍ନ ଭୋଜନ କରିବେ। ପରେ ୨ଟା ୧୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରୁ କୋଲକାତା ଅଭିମୁଖେ ଯିବେ ବୋଲି ସୂଚନା ମିଳିଛି।

Advertisment

୨୩ରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି
ଉପରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଜୋର୍
ଲୋକସେବା ଭବନ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ
୨୩ ତାରିଖ ସକାଳ ୮ଟା ୫୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ
୨୩ ତାରିଖରେ କଟକ ଯାଇ ନେତାଜୀ ମ୍ୟୁଜିୟମ୍ ପରିଦର୍ଶନ କରିବେ
କଟକରେ ଜିଲ୍ଲା ସଂସ୍କୃତି ଭବନ ବି ଉଦଘାଟନ କରିବେ ଉପରାଷ୍ଟ୍ରପତି
ଅପରାହ୍ନ ୨ଟା ୧୫ରେ ଭୁବନେଶ୍ୱର ଏୟାରପୋର୍ଟରୁ କୋଲକାତା ଯିବେ ଉପରାଷ୍ଟ୍ରପତି

Vice President
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ