Advertisment

ଶଟଡାଉନ୍ ସମୟରେ ଅପପ୍ରଚାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଶଟଡାଉନ୍ ସମୟରେ ଅପପ୍ରଚାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ସାମ୍ବାଦିକ ସମ୍ମିଳନୀ କରି ଏପରି ଚେତାବନୀ ଦେଇଛନ୍ତି ପୋଲିସ ଡିଜି ଅଭୟ। ସୋସିଆଲ ମିଡିଆରେ କିଛି ଅପପ୍ରଚାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଜିଜିପି କହିଛନ୍ତି। ଯଦି କେହି ଅପପ୍ରଚାର କରନ୍ତି ବିଦ୍ୱେଷ ସୃଷ୍ଟି କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି  ଚେତାଇ ଦେଇଛନ୍ତି ପୋଲିସ ଡିଜି। ପୂର୍ବରୁ ମଧ୍ୟ ଅପପ୍ରଚାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ […]

ଶଟଡାଉନ୍ ସମୟରେ ଅପପ୍ରଚାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

rumesrs

Advertisment

ଭୁବନେଶ୍ୱର: ଶଟଡାଉନ୍ ସମୟରେ ଅପପ୍ରଚାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ସାମ୍ବାଦିକ ସମ୍ମିଳନୀ କରି ଏପରି ଚେତାବନୀ ଦେଇଛନ୍ତି ପୋଲିସ ଡିଜି ଅଭୟ।

Advertisment

ସୋସିଆଲ ମିଡିଆରେ କିଛି ଅପପ୍ରଚାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଜିଜିପି କହିଛନ୍ତି। ଯଦି କେହି ଅପପ୍ରଚାର କରନ୍ତି ବିଦ୍ୱେଷ ସୃଷ୍ଟି କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି  ଚେତାଇ ଦେଇଛନ୍ତି ପୋଲିସ ଡିଜି।

ପୂର୍ବରୁ ମଧ୍ୟ ଅପପ୍ରଚାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିକଟରେ ଭଦ୍ରକରେ କରୋନା ସଂକ୍ରମିତଙ୍କ ବିଷୟରେ ହ୍ଲାଟ୍ସଆପରେ ଗୁଜବ ପ୍ରଚାର କରିଥିବା 3 ଲୋକଙ୍କୁ ପୁଲିସ ଗିରଫ କରିଥିଲା। ସେହିଭଳି ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଗୁଜବ ପ୍ରଚାରପାଇଁ କିଛି ଲୋକଙ୍କୁ ଗିରଫ କରାଯାଇଛି।

Advertisment

ନିକଟରେ କୋଭିଡ୍-19 ବିଷୟରେ ସୂଚନା ଦେଉଥିବା ବେଳେ ମୁଖପାତ୍ର ସୁବ୍ରତା ବାଗଚୀ ମଧ୍ୟ ଏହାକୁ ନିନ୍ଦା କରିଥିଲେ। ଏମିତିକି ଗୁଜବ ପ୍ରଚାର କରି ଭୟ ଭ୍ରାନ୍ତି ସୃଷ୍ଟି କରିବା ଦେଶ ଦ୍ରୋହ ସହିତ ସମାନ ବୋଲି ସେ କହିଥିଲେ। ଆଜି ମଧ୍ୟ ଗୁଜବ ପ୍ରଚାରକାରୀଙ୍କୁ ନିନ୍ଦା କରିଛନ୍ତି ବାଗଚୀ। କିଛି ନ ବୁଝି ନସୁଝି ସୋସିଆଲ୍ ମିଡିଆରେ ଅପପ୍ରଚାର କରିବା ଅତ୍ୟନ୍ତ ନିନ୍ଦନୀୟ। ଆଉ ଏଭଳି କାର୍ଯ୍ୟକରୁଥିବା ଲୋକଙ୍କ ଧରିବା କଠିନ କାମ ନୁହେଁ ବୋଲି ସେ ଚେତେଇ ଦେଇଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ