/odishatv-khabar/media/post_attachments/uploadimage/library/16_9/16_9_0/results_1625357658.jpg)
results
ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ। ଅପରାହ୍ଣ ୪ଟାରେ CHSE କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇବ। ଏ ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Advertisment
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ସମୀର ରଞ୍ଜନ ଦାଶ ରେଜଲ୍ଟ ପ୍ରକାଶ କରିବେ। ଛାତ୍ରଛାତ୍ରୀମାନେ CHSE ୱେବ୍ସାଇଟ୍ରେ ରେଜଲ୍ଟ ପାଇପାରିବେ।
ଚଳିତ ବର୍ଷ ଯୁକ୍ତ ୨ କଳାରେ ୨ ଲକ୍ଷରୁ ଅଧିକ ଓ ଧନ୍ଦାମୂଳକ ଶିକ୍ଷାରେ ୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ରଖିଥିଲା। ତେବେ ମାଧ୍ୟମିକ ଶିକ୍ଷା ପରିଷଦର ଦୁଇଜଣ କର୍ମଚାରୀଙ୍କୁ କରୋନା ହେବା ପରେ ସେପ୍ଟେମ୍ବର ପ୍ରଥମ ସପ୍ତାହକୁ ରେଜଲ୍ଟ ଘୋଷଣା ତାରିଖ ଘୁଞ୍ଚା ଯାଇଥିଲା। ଗତବର୍ଷ କଳାରେ ୬୫.୮୯% ଛାତ୍ରଛାତ୍ରୀ ପାସ୍ କରିଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)