Advertisment

ଆଶୀର୍ବାଦ ବେହେରାଙ୍କୁ କ୍ଲିନ୍ ଚିଟ୍

କଟକ: କଟକ ବାରବାଟୀ ପ୍ୟାଲେସ୍‌ ମାମଲାରେ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ (OOA)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ କ୍ଲିନ ଚିଟ୍ ମିଳିଛି। ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ CBI ତା’ର ଫାଇନାଲ ରିପୋର୍ଟ ଦାଖଲ କରିଛି। ଯେଉଁଥିରେ କୌଣସି ବିଚାରଯୋଗ୍ୟ ତଥ୍ୟ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସେହିପରି ଏହି ମାମଲାରେ ଇନ୍‌କନ୍‌ ଆସୋସିଏଟସ୍‌କୁ ସୁପ୍ରିମକୋର୍ଟ ଦୋଷମୁକ୍ତ କରିଛନ୍ତି। ତତ୍କାଳୀନ OOA ସଂପାଦକ ଆଶୀର୍ବାଦ ବେହେରା ତ୍ରୁଟି କରିନଥିବା ସୁପ୍ରିମକୋର୍ଟ କହିଛନ୍ତି। ଇନ୍‌କନ୍‌ ଆସୋସିଏଟସ୍‌ ମଧ୍ୟ କୌଣସି ତ୍ରୁଟି […]

author-image
Ranjeet Kumar Jena
ଆଶୀର୍ବାଦ ବେହେରାଙ୍କୁ କ୍ଲିନ୍ ଚିଟ୍

ashirbad-behera

କଟକ: କଟକ ବାରବାଟୀ ପ୍ୟାଲେସ୍‌ ମାମଲାରେ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ (OOA)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ କ୍ଲିନ ଚିଟ୍ ମିଳିଛି। ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ CBI ତା'ର ଫାଇନାଲ ରିପୋର୍ଟ ଦାଖଲ କରିଛି। ଯେଉଁଥିରେ କୌଣସି ବିଚାରଯୋଗ୍ୟ ତଥ୍ୟ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

Advertisment

ସେହିପରି ଏହି ମାମଲାରେ ଇନ୍‌କନ୍‌ ଆସୋସିଏଟସ୍‌କୁ ସୁପ୍ରିମକୋର୍ଟ ଦୋଷମୁକ୍ତ କରିଛନ୍ତି। ତତ୍କାଳୀନ OOA ସଂପାଦକ ଆଶୀର୍ବାଦ ବେହେରା ତ୍ରୁଟି କରିନଥିବା ସୁପ୍ରିମକୋର୍ଟ କହିଛନ୍ତି। ଇନ୍‌କନ୍‌ ଆସୋସିଏଟସ୍‌ ମଧ୍ୟ କୌଣସି ତ୍ରୁଟି କରିନଥିବା କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। CBI ତା'ର ଫାଇନାଲ ରିପୋର୍ଟ ଦାଖଲ କରିବା ପରେ ଏହି ମାମଲାରେ ସର୍ବୋଚ୍ଚକୋର୍ଟ ପୂର୍ଣ୍ଣଛେଦ ଟାଣିଛନ୍ତି।

ସୁପ୍ରିମକୋର୍ଟ ରାୟ ପ୍ରକାଶ ପାଇବା ପରେ ଆଶୀର୍ବାଦ ବେହେରା ପ୍ରତିକ୍ରିୟା ରଖିଛନ୍ତି। ନିଜ ପ୍ରତିକ୍ରିୟାରେ ଆଶୀର୍ବାଦ ବେହେରା କହିଛନ୍ତି, “ଶେଷରେ ସତ୍ୟ ଓ ଧର୍ମର ବିଜୟ ହୋଇଛି ଏବଂ ଦୀର୍ଘଦିନର ଆଇନଗତ ଲଢ଼େଇ ପରେ ସତ୍ୟ ସାମ୍ନାକୁ ଆସିଛି।”

Advertisment
Advertisment
Advertisment