/odishatv-khabar/media/media_files/2026/01/07/odisha-mlas-enjoy-family-picnic-2026-01-07-17-53-03.jpg)
ଶୀତୁଆ ସକାଳରେ ବିଧାୟକ ପରିବାରଙ୍କ ମଜା Photograph: (OTV)
ଶୀତୁଆ ସକାଳର ମଜା । ପରିବାର ପାଇଁ ଟିକିଏ ସମୟ । ବ୍ୟସ୍ତ ବହୁଳ ଜୀବନ ଭିତରୁ ଅଳ୍ପ ସମୟ କାଢ଼ି ପରିବାର ସହତ ଖୁସି ମନାଉଛନ୍ତି ବିଧାୟକମାନେ। ଫୁରୁସତର ମୁହୂର୍ତ୍ତରେ ପ୍ରକୃତିକୁ ଉପଭୋଗ କରୁଛନ୍ତି । ଚାଲିଛି ବିଧାୟକମାନଙ୍କ ପରିବାରର ପିକନିକ୍ । ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀର ବିଧାୟକମାନେ ନିଜ ପରିବାର ସହିତ ଦାରିଙ୍ଗବାଡିରେ ସମୟ ବିତାଇଛନ୍ତି । ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ଶୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଓ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀଙ୍କ ପରିବାର ଦାରିଙ୍ଗବାଡ଼ି ଆସି ବୁଲାବୁଲି କରିଛନ୍ତି।
ଏହି ଖବରର ଭିଡିଓ ଦେଖିବାକୁ ଚାହୁଁଥିଲେ ତଳେ କ୍ଲିକ୍ କରନ୍ତୁ:
ଦାରିଙ୍ଗିବାଡ଼ିରେ ଶୀତୁଆ ସକାଳର ମଜା ନେଇଛନ୍ତି ୪ ବିଧାୟକଙ୍କ ପରିବାର । ଇକୋ ରିଟ୍ରିଟରେ ରହି ବିଭିନ୍ନ ସ୍ଥାନ ବୁଲାବୁଲି କରିଛନ୍ତି । ମିଦୁବାନ୍ଦା ଜଳପ୍ରପାତ, ଦାରିଙ୍ଗବାଡିର କଫି ବଗିଚା, ଡୁଲୁରି ପାଇନ୍ ବଣ ଓ ସନସେଟ ପଏଣ୍ଟ ଆଦି ସ୍ଥାନ ବୁଲିଛନ୍ତି ବିଧାୟକମାନଙ୍କ ପରିବାର । ତା’ ସହିତ ଅଞ୍ଚଳର ପାରମ୍ପରିକ ଚାଷରୁ ଉତ୍ପାଦିତ ହଳଦୀ, ଅଦା, ମାଣ୍ଡିଆ, ସୋରିଷ ଆଦି ସାମଗ୍ରୀ ସ୍ଥାନୀୟ ଚାଷୀଙ୍କ ଠାରୁ କିଣି ଘରକୁ ନେଇଛନ୍ତି ।
.ଦାରିଙ୍ଗବାଡ଼ିକୁ ଓଡ଼ିଶାର କାଶ୍ମୀର ବୋଲି କୁହାଯାଏ । ଶୀତୁଆ ସକାଳର ଘନ କୁହୁଡ଼ି ସାଙ୍ଗକୁ ବରଫ ଚାଦରରେ ବି ଘୋଡେଇ ହୋଇପଡ଼େ ଦାରିଙ୍ଗବାଡ଼ି । ଆଉ ଏ ସବୁକୁ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ଏଠାକୁ ସୁଅ ଛୁଟେ । ଆଉ ବିଧାୟକଙ୍କ ପରିବାର ମଧ୍ୟ ଦାରିଙ୍ଗବାଡ଼ିରେ ପିକନିକର ମଜା ନେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)