Advertisment

ପାଣି ପାଇଁ ହେଲ୍‌ପ ଲାଇନ୍‌ ନମ୍ବର ଜାରି କଲେ ସରକାର

ଭୁବନେଶ୍ୱର: ଦିନକୁ ଦିନ ଖରା ବଢ଼ିବା ସହ ବିଭିନ୍ନ ସ୍ଥାନରେ ଜଳ ସଂକଟ ଦେଖା ଦେବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି।  ତେଣୁ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ପୃଥକ ପୃଥକ ହେଲ୍‌ପଲାଇନ୍ ନମ୍ବର ଜାରି ହୋଇଛି। ଗ୍ରାମାଞ୍ଚଳରେ ଜଳ ସମସ୍ୟା ଜଣାଇବାକୁ ଟୋଲ୍‌ ଫ୍ରି ନମ୍ବର ୧୯୧୬ ଏବଂ ସହରାଞ୍ଚଳ ପାଇଁ ୧୮୦୦ ୩୪୫୬୭୮୩ ନମ୍ବର ଜାରି […]

ପାଣି ପାଇଁ ହେଲ୍‌ପ ଲାଇନ୍‌ ନମ୍ବର ଜାରି କଲେ ସରକାର

water

Advertisment

ଭୁବନେଶ୍ୱର: ଦିନକୁ ଦିନ ଖରା ବଢ଼ିବା ସହ ବିଭିନ୍ନ ସ୍ଥାନରେ ଜଳ ସଂକଟ ଦେଖା ଦେବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି।  ତେଣୁ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ପୃଥକ ପୃଥକ ହେଲ୍‌ପଲାଇନ୍ ନମ୍ବର ଜାରି ହୋଇଛି।

Advertisment

ଗ୍ରାମାଞ୍ଚଳରେ ଜଳ ସମସ୍ୟା ଜଣାଇବାକୁ ଟୋଲ୍‌ ଫ୍ରି ନମ୍ବର ୧୯୧୬ ଏବଂ ସହରାଞ୍ଚଳ ପାଇଁ ୧୮୦୦ ୩୪୫୬୭୮୩ ନମ୍ବର ଜାରି କରାଯାଇଛି। ଆପଣଙ୍କ ଅଞ୍ଚଳରେ ଜଳଜନିତ ସମସ୍ୟା ଥିଲେ ଏହି ଦୁଇ ନମ୍ବରରେ ମାଗଣାରେ ଫୋନ୍ କରିହେବ।
ପାନୀୟ ଜଳ ଯୋଗାଣ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଉଭୟ ଗାଁ ଓ ସହରରେ ବିଶୁଦ୍ଧ ଜଳଯୋଗାଣ ନେଇ ପଦକ୍ଷେପ ନିଆଯାଉଛି। ଅଚଳ ନଳକୂପ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଯେଉଁଠାରେ ସୁବିଧା ନଥିବ ସେଠାକୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରାଯିବ। ନଚେତ ଟାଙ୍କି ରଖି ପ୍ରତିଦିନ ସେଥିରେ ପାଣି ଭର୍ତ୍ତି କରାଯିବ। ଜଳଯୋଗାଣ ଅସୁବିଧା ଦୂର କରିବା ପାଇଁ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ