chating
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଗାମୀ ୪୮ ଘଣ୍ଟାରେ ପଶ୍ଚିମ ଓ ଉତ୍ତରପଶ୍ଚିମ ଆଡ଼କୁ ମୁହାଁଇବ। ଏହି ଲଘୁଚାପ ୱେଲ୍ମାର୍କରେ ପରିଣତ ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ।
/odishatv-khabar/media/post_attachments/vi/FBWPkWRCuzU/maxresdefault.jpg)
ତା ସହିତ ଆଜି ଓ କାଲି ଉତ୍ତର, ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡ଼ିକ ହେଲେ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ପୁରୀ, କନ୍ଧମାଳ ଓ କଳାହାଣ୍ଡି। ଏହି ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।
/odishatv-khabar/media/post_attachments/7013/6738208297_d60a821eaf_b.jpg)
ସେହିପରି ୧୪ ଜିଲ୍ଲାରେ ଝଡ଼ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବ। ଏହି ଜିଲ୍ଲାଗୁଡ଼ିକ ହେଲା- କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ସୋନପୁର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଯାଜପୁର, ଭଦ୍ରକ ଓ ନୟାଗଡ଼। ଏହି ସମସ୍ତ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।
/odishatv-khabar/media/post_attachments/photo/2013/04/07/22/33/raining-101670_960_720.jpg)
ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଆସନ୍ତା ୧୫ ତାରିଖ ଯାଏଁ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ଲାଗି ରହିପାରେ ବୋଲି ପାଣିପାଗ ବିଭାଗ କହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଆସନ୍ତା ୧୨ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ କରିବା ପାଇଁ ବାରଣ କରାଯାଇଛି। ସେହିପରି ଆଉ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁବ ନେଇ ମଧ୍ୟ ପାଣିପାଗ ବିଭାଗ କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/chating_1627292807.jpg)