PITABAS_MURDER Photograph: (OTV)
ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ପ୍ରତିବାଦରେ ରାଜ୍ୟବ୍ୟାପୀ ଆଇନଜୀବୀମାନେ କଲମ ଛାଡ଼ ଡାକରା ଦେଇଛନ୍ତି। ସୋମବାର ରାତିର ଘଟଣା ପରେ ରାଜ୍ୟ ଆଇନଜୀବୀ ପରିଷଦ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଆଜି ରାଜ୍ୟର ସମସ୍ତ ଆଇନଜୀବୀ ସଂପୂର୍ଣ୍ଣ କଲମ ଛାଡ଼ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହିଭଳି ୪୮ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ, ମୃତ ଆଇନଜୀବୀଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ, ତଦନ୍ତ ପାଇଁ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ କମିସନ ଗଠନ ପାଇଁ ପରିଷଦ ତରଫରୁ ଦାବି କରାଯାଇଛି।
ସେପଟେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ 9 MM ପିସ୍ତଲରୁ ଗୁଳି ମାଡ କରାଯାଇଥିଲା ବୋଲି ଜଣା ପଡିଛି । ପଏଣ୍ଟ ବ୍ଲାଙ୍କରୁ ଗୁଳି କରିଥିଲେ ଦୁର୍ବୃତ୍ତ । ପୋଷ୍ଟମର୍ଟମ ରିପୋର୍ଟରୁ ଏହା ପ୍ରମାଣିତ ହୋଇଛି । ବ୍ୟବଚ୍ଛେଦ ବେଳେ ୯ ଏମଏମ୍ ଗୁଳି ପୀତବାସଙ୍କ ମେରୁଦଣ୍ଡ ନିକଟରୁ ବାହାରିଥିଲା । ଦୁର୍ବୃତ୍ତ ମାନେ ପୀତବାସଙ୍କ ଡାହାଣ ଛାତିକୁ ଗୁଳି ମାଡ଼ କରିଥିଲେ । ତେବେ ଗୁଳି ଛାତିକୁ ଭେଦି ମେରୁଦଣ୍ଡ ପାଖରେ ଅଟକିଥିଲା । ଗୁଳିମାଡ଼ ଯୋଗୁ ଶରୀରର ଅଙ୍ଗ ନଷ୍ଟ ହୋଇଥିଲା । ତେବେ ପୋଷ୍ଟମର୍ଟମ ପରେ ଦୁର୍ବୃତ୍ତ ମାନେ ୯ ଏମଏମ୍ ପିସ୍ତଲ ବ୍ୟବହାର କରିଥିବା ସ୍ପଷ୍ଟ ହୋଇଛି।
ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ସୋମବାର ଗୁଳିକରି ହତ୍ୟା କରାଯାଇଥିଲା । ସୋମବାର ରାତି ପ୍ରାୟ ୧୦ଟାରେ ନିଜ ଘର ପାଖ ବୈକୁଣ୍ଠନଗର ମୁଖ୍ୟ ଗଳିରେ ଠିଆ ହୋଇଥିବା ବେଳେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଚମ୍ପଟ୍ ମାରିଥିଲେ । ସେଇଠି ହିଁ ବେହୋସ୍ ହୋଇ ତଳେ ପଡ଼ି ଯାଇଥିଲେ ପୀତବାସ । ତାଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ପୀତବାସଙ୍କ ଶରୀରରୁ ଗୋଟିଏ ଗୁଳି ବାହାରିଥିବା FMT ମୁଖ୍ୟ ସ୍ପଷ୍ଟ କରିଥିଲେ । ଗୁଳିଟି ତାଙ୍କ ଡାହାଣ ପଟ ଛାତିକୁ ବାଜି ଶରୀରରେ ରହିଯାଇଥିଲା । ରାତିରେ ଶବ ବ୍ୟବଚ୍ଛେଦ ପରେ ଗୁଳିକୁ ବାହାର କରାଯାଇଥିଲା ।
ତେବେ କିଏ ଓ କାହିଁକି ତାଙ୍କୁ ଗୁଳିମାଡ଼ କଲା କାରଣ ଅସ୍ପଷ୍ଟ ରହିଛି। ପୋଲିସ ତନାଘନା ଚଳାଇଥିଲେ ବି ଏଯାଏଁ ଅପରାଧୀଙ୍କ ଟେର ପାଇନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/08/pitabas_murder-2025-10-08-12-09-40.jpg)