Advertisment

Caravan Tourism Service: ଭ୍ୟାନରେ ଷ୍ଟାର୍ ହୋଟେଲର ମଜା, ଓଡ଼ିଶାରେ କାରାଭାନ ପର୍ଯ୍ୟଟନ ସେବା ଆରମ୍ଭ

ଓଡ଼ିଶାରେ କାରାଭାନ ପର୍ଯଟନର ମଜା ଉଠାଇ ପାରିବେ ପର୍ଯ୍ୟଟକ। ଓଡ଼ିଶାରେ ଆରମ୍ଭ ହୋଇଛି ଅତ୍ୟାଧୁନିକ କାରାଭାନ ଟୁରିଷ୍ଟ ସେବା ବ୍ୟବସ୍ଥା। ବସ ଭିତରେ ତାରକା ହୋଟେଲର ମଜା ପାଇପାରିବେ ପର୍ଯ୍ୟଟକ।

Caravan Tourism Service

Caravan Tourism Service Photograph: (OTV)

Advertisment

ଓଡ଼ିଶାରେ କାରାଭାନ ପର୍ଯଟନର ମଜା ଉଠାଇ ପାରିବେ ପର୍ଯ୍ୟଟକ। ଓଡ଼ିଶାରେ ଆରମ୍ଭ ହୋଇଛି ଅତ୍ୟାଧୁନିକ କାରାଭାନ ଟୁରିଷ୍ଟ ସେବା ବ୍ୟବସ୍ଥା। ବସ ଭିତରେ ତାରକା ହୋଟେଲର ମଜା ପାଇପାରିବେ ପର୍ଯ୍ୟଟକ। ପର୍ଯଟନ ବିଭାଗ ସହଯୋଗରେ VGF ଯୋଜନା ମାଧ୍ୟମରେ ଓଡ଼ିଶାରେ କାରଭାନ ସେବାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 

Advertisment

ଧଉଳି ପର୍ଯଟନ କ୍ଷେତ୍ରରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଗାଡ଼ିରେ ଶୌଚାଳୟ ଠାରୁ ଶୋଇବା ବ୍ୟବସ୍ଥା ସହ କିଚେନ୍ ରହିଛି। ରାଜ୍ୟର ପ୍ରମୁଖ ପର୍ଯଟନସ୍ଥଳକୁ ଅତ୍ୟାଧୁନିକ ଓ ଆରାମଦାୟକ ଯାତ୍ରା ସେବା ଯୋଗାଇବ କାରାଭାନ ଟୁରିଷ୍ଟ ବ୍ୟବସ୍ଥା। ସ୍ୟାଣ୍ଡ ପେବେଲ୍ସ ଟୁର ଆଣ୍ଡ ଟ୍ରାଭେଲସ ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସେବା ମିଳିବ।

ରାଜ୍ୟର ହୀରାକୁଦ, ଡେବ୍ରିଗଡ, ଶିମିଳିପାଳ, ଚିଲିକା, ଭିତରକନିକା, ସାତକୋଶିଆ, ଦେଓମାଳିି ଭଳି ପର୍ଯଟନକ୍ଷେତ୍ରକୁ ସେବା ଉପଲବ୍ଧ ହେବ।

Advertisment

Caravan Tourism Service Odisha Tourism
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ