Advertisment

ଯୋଡ଼ାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ

କଟକ: ସିଏ ବଞ୍ଚୁ, ଏକଥା ସମସ୍ତେ ଚାହୁଁଥିଲେ। ଯୋଡ଼ାମୁଣ୍ଡ ଶିଶୁ କାଳିଆ ଓ ବଳିଆ ପାଇଁ ମଙ୍ଗଳ କାମନା କରି ଦୀପା ଜାଳିଥିଲା ସାରା ଓଡ଼ିଶା। ହେଲେ ବଞ୍ଚିବାର ଆଶା ନେଇ ଦୀର୍ଘଦିନର କାଳ ସହିତ ଯୁଦ୍ଧ କରୁଥିବା କାଳିଆ ଶେଷରେ ହାରିଯାଇଛି। ସମସ୍ତଙ୍କୁ ଛାଡ଼ି ସବୁଦିନ ପାଇଁ ଚାଲିଯାଇଛି ଆରପାରିକୁ। କାଳିଆର ମୃତ୍ୟୁ ନେଇ କଟକ SCBର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ମଧ୍ୟ ଏନେଇ […]

author-image
Otv Khabar Bureau
ଅଦ୍ୟତନ ହୋଇଛି
ଯୋଡ଼ାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ

kalia

କଟକ: ସିଏ ବଞ୍ଚୁ, ଏକଥା ସମସ୍ତେ ଚାହୁଁଥିଲେ। ଯୋଡ଼ାମୁଣ୍ଡ ଶିଶୁ କାଳିଆ ଓ ବଳିଆ ପାଇଁ ମଙ୍ଗଳ କାମନା କରି ଦୀପା ଜାଳିଥିଲା ସାରା ଓଡ଼ିଶା। ହେଲେ ବଞ୍ଚିବାର ଆଶା ନେଇ ଦୀର୍ଘଦିନର କାଳ ସହିତ ଯୁଦ୍ଧ କରୁଥିବା କାଳିଆ ଶେଷରେ ହାରିଯାଇଛି। ସମସ୍ତଙ୍କୁ ଛାଡ଼ି ସବୁଦିନ ପାଇଁ ଚାଲିଯାଇଛି ଆରପାରିକୁ। କାଳିଆର ମୃତ୍ୟୁ ନେଇ କଟକ SCBର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।

Advertisment

ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ମଧ୍ୟ ଏନେଇ ସୂଚନା ଦେଇଛନ୍ତି। ଶ୍ରୀ ପାତ୍ର କହିଛନ୍ତି, ଯୋଡ଼ାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ ଏକ ଦୁଃଖଦ ଘଟଣା। ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ କାଳିଆକୁ ବଞ୍ଚାଇ ରଖିହେଲାନି। ସମସ୍ତ ପ୍ରକ୍ରିୟା ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସେ ସୂଚନା ଦେଇଛନ୍ତି।  ଏହା ପୂର୍ବରୁ ସନ୍ଧ୍ୟାରେ କାଳିଆର ସ୍ୱାସ୍ଥ୍ୟ ସଂକଟାପନ୍ନ ହୋଇଥିଲା। ଏନେଇ ଏସ୍‌ସିବି ଅଧୀକ୍ଷକ ଡା. ଲୁସି ଦାସଙ୍କ ସୂଚନା ଦେଇଥିଲେ।

୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି କରାଯାଇଥିଲା। ଅପରେଶନ ପାଇଁ ଗଠନ କରାଯାଇଥିଲା ଅଭିଜ୍ଞ ଡାକ୍ତରୀ ଟିମ୍। ଏପଟେ ଅପରେସନ ଚାଲିଥିଲା, ସେପଟେ ଜଗା, କାଳିଆର ମଙ୍ଗଳ କାମନା କରି ଦୀପା ଜାଳିଥିଲା ସାରା ରାଜ୍ୟ। ଡାକ୍ତରଙ୍କଠାରୁ ଆରମ୍ଭ କରି ପୋଲିସ କର୍ମୀ କିମ୍ବା ଗଣମାଧ୍ୟମ ସମସ୍ତେ ଜାଳିଥିଲେ ଦୀପ।

Advertisment

ଶେଷରେ ପ୍ରାର୍ଥନା ଶୁଣିଥିଲେ ଜଗତର ନାଥ ଜଗନ୍ନାଥ। ଯୋଡ଼ାମୁଣ୍ଡ ଭାଇଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିଲା। ଏହାପରେ ଦିଲ୍ଲୀରେ କିଛି ସମୟ ରହିବା ପରେ ୨୦୧୯ ସେପ୍ଟେମ୍ବର ୭ ତାରିଖରେ ଓଡ଼ିଶା ଫେରିଥିଲେ ଜଗା- କାଳିଆ। ଏଠି ଏସ୍‌ସିବିରେ ତାଙ୍କର ଚିକିତ୍ସା ପାଇଁ ୧୬ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମଧ୍ୟ ଗଠନ କରାଯାଇଥିଲା। ସେବେଠାରୁ ସେମାନେ ଏସ୍‌ସିବି ଡାକ୍ତର ଖାନାରେ ରହି ଚିକିତ୍ସିତ ହେଉଥିଲେ। ଜଗା କ୍ରମେ ସୁସ୍ଥ ହୋଇଥିଲେ ବି କାଳିଆ ଅବସ୍ଥା ସୁଧୁରି ନଥିଲା।

ହେଲେ ସେପ୍ଟେମ୍ବର ୨୬ ତାରିଖରେ କାଳିଆ ଗରୁତର ହୋଇପଡ଼ିଥିଲା। ଏହାପରେ ତାକୁ ଭ୍ୟାଣ୍ଟିଲେଟରରେ ମଧ୍ୟ ରଖାଯାଇଥିଲା। ଚିକିତ୍ସା ପରେ ପୁଣି ସୁସ୍ଥ ହୋଇଯାଇଥିଲା କାଳିଆ। ହେଲେ ଜୀବନ ମରଣର ଏହି ଛକି ଶୂନ ଖେଳରେ କାଳ ପାଖରେ ସବୁଦିନ ପାଇଁ ବନ୍ଦୀ ହୋଇଯାଇଛି କାଳିଆର ଜୀବନ। ଭାଇଠାରୁ ଅଲଗା ହୋଇ ବଞ୍ଚିବାର ରାହା ଖୋଜୁଥିବା କାଳିଆ ଶେଷରେ ଶରୀଠୁ ଜୀବନକୁ ଅଲଗା କରି ସବୁଦିନ ପାଇଁ ଚାଲିଯାଇଛି ଆରପାରିକୁ।

ସୂଚନା ଥାଉକି, ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ତଥା ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ଡ.ଅଶୋକ ମହାପାତ୍ର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର କରି କରିଥିଲେ। ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସଫଳତାର ସହ କରାଯାଇଥିବା ବିରଳ ଯୋଡ଼ାମୁଣ୍ଡ ଅସ୍ତ୍ରୋପଚାର ଲିମ୍‌କା ବୁକ୍ ଅଫ୍ ରେକର୍ଡସରେ ୨୦୨୦ସଂସ୍କରଣରେ ସ୍ଥାନ ପାଇଥିଲା। ୨୦୧୭ ମସିହାରେ ନୂଆଦିଲ୍ଲୀ ଏମ୍ସଠାରେ ଏହି ଅସ୍ତ୍ରୋପଚାର ସଫଳତାର ସହ କରାଯାଇଥିଲା। କାଳିଆର ମୃତ୍ୟୁ ପରେ ଡ. ଅଶୋକ ମହାପାତ୍ରଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ।

Advertisment
Advertisment