/odishatv-khabar/media/post_attachments/uploadimage/library/16_9/16_9_0/Dr_1624088200.jpg)
Debasis Panigrahi
ଭୁବନେଶ୍ୱର: ବରିଷ୍ଠ IPS ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଗତକାଲି ପରଲୋକ ହୋଇଛି। କୋଲକାତାର ଏକ ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ସେ କିଛିଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହେବା ପରେ କଟକର ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ହେଲେ ଫୁସଫୁସ୍ ନିମୋନିଆ ଯୋଗୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଇକ୍ମୋ ଚିକିତ୍ସା ଆବଶ୍ୟକ ପଡ଼ିଥିଲା।
ଜୁନ୍ ୮ ତାରିଖରେ ଦେବାଶିଷଙ୍କୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ୪ ଦିନ ପୂର୍ବେ ତାଙ୍କର ରକ୍ତ ସଂକ୍ରମଣ ବଢ଼ିଥିଲା। ଡାଏଲିସିସ କରାଯିବାରୁ ରକ୍ତରେ ଅଙ୍ଗାରକାମ୍ଲ ପରିମାଣ ବହୁ ମାତ୍ରାରେ ବଢ଼ି ଯାଇଥିବା ଜମାପଡ଼ିଥିଲା। ଏହାପରେ ଇକ୍ମୋ ସାହାଯ୍ୟରେ ଅମ୍ଲଜାନ ଦେଇ ଅଙ୍ଗାରକାମ୍ଲ ବାହାର କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ତାହା ବିଫଳ ହୋଇଥିଲା।
ଗୁରୁବାର ଦିନ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା। ଏହି ସମୟରେ ଡାକ୍ତର କିଛି ପଚାରିବାରୁ ସେ ମୁଣ୍ଡ ହଲାଇ ଉତ୍ତର ଦେଇଥିଲେ। ହେଲେ ଗତକାଲି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ଶେଷରେ ରାତି ୧୦ଟା ୧୫ରେ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।
ECMO ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ଜୁନ ୮ ତାରିଖରେ ଦେବାଶିଷ ପାଣିଗ୍ରାହୀଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲରୁ ସ୍ପେଶାଲ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ବିମାନ ବନ୍ଦର ଅଣାଯାଇଥିଲା। ଏଠାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ପଠାଯାଇଥିଲା। ଏଥିପାଇଁ କଟକ ଅଶ୍ୱିନୀ ହସ୍ପିଟାଲରୁ ଭୁବେନେଶ୍ୱର ବିମାନ ବନ୍ଦର ଯାଏ ଗ୍ରୀନ୍ କରିଡ଼ରର ବ୍ୟବସ୍ଥା କରାଯାଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ କଟକର ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।
ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ତେବେ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ କୋଲକାତା ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଦେବାଶିଷଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କଠୁ ଆରମ୍ଭ କରି ପ୍ରମୁଖ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
Deeply saddened to know about the passing away of senior IPS officer Shri Debasis Panigrahi. He was an experienced, able police administrator and also a prolific writer. My thoughts and prayers are with the bereaved family members and friends. #OmShanti
— Naveen Patnaik (@Naveen_Odisha) June 19, 2021
Deeply saddened to learn about the demise of Senior IPS Officer and Vigilance Director Debasis Panigrahi. He held several important positions as an IPS officer and served Odisha with distinction. Offer my deepest condolences to his family in this hour of grief. ॐ शांति! pic.twitter.com/R7VJ3mFefn
— Dharmendra Pradhan (@dpradhanbjp) June 18, 2021
Shri @PandaJay Ji expresses profound grief on the passing away of #Odisha‘s Vigilance Director Dr. #DebasishPanigrahi Ji.
May Mahaprabhu Jagannath give the bereaved family enough strength to bear with this loss.
Om Shanti 🙏🙏 pic.twitter.com/D4VRNMfplY
— Office of Jay Panda (@mp_office) June 18, 2021
ସୂଚନାଥାଉକି, ୧୯୯୧ ବ୍ୟାଚର ଆଇପିଏସ ଅଫିସର ଦେବାଶିଷ ପାଣିଗ୍ରାହୀ ୯ଟି ଉପନ୍ୟାସ ଓ ୭ଟି କ୍ଷୁଦ୍ର ଗଳ୍ପର ରଚୟିତା ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)