Advertisment

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ଭୁବନେଶ୍ୱର: ଓଡ଼ିଶାରେ ମହାମାରୀ କରୋନା ଗୋଷ୍ଠୀ ସଂକ୍ରମଣର ଷ୍ଟେଜ ଫୋର୍‌ରେ ପହଞ୍ଚିଛି! ଯାହାକି ଅତି ଭୟଙ୍କର। କରୋନା ପଜିଟିଭ୍‌ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ଦୈନିକ ୪ ହଜାର ପଜିଟିଜ୍‌ ଚିହ୍ନଟ ହେଉଛନ୍ତି। ଏହି ଟ୍ରେଣ୍ଡ ଖସିବାକୁ ଆହୁରି ମାସେ ଲାଗିବ। ଯଦି ଲୋକେ ସଚେତନ ହୁଅନ୍ତି, ତାହାଲେ ନଭେମ୍ବର ୧୭ ଆଡ଼କୁ ପ୍ଲାଟୋ ସ୍ଥିତିକୁ ଆସିପାରେ ବୋଲି କହୁଛନ୍ତି ବିଶେଷଜ୍ଞ। ତଥ୍ୟ ଅନୁସାରେ ଅଗଷ୍ଟ ୨୩ରେ ସର୍ବାଧିକ ୬୮,୯୦୬ ଟେଷ୍ଟିଂ ହୋଇଥିଲା। ଯେଉଁଥିରୁ ୨୯୯୩ […]

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

community spread

Advertisment

ଭୁବନେଶ୍ୱର: ଓଡ଼ିଶାରେ ମହାମାରୀ କରୋନା ଗୋଷ୍ଠୀ ସଂକ୍ରମଣର ଷ୍ଟେଜ ଫୋର୍‌ରେ ପହଞ୍ଚିଛି! ଯାହାକି ଅତି ଭୟଙ୍କର। କରୋନା ପଜିଟିଭ୍‌ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ଦୈନିକ ୪ ହଜାର ପଜିଟିଜ୍‌ ଚିହ୍ନଟ ହେଉଛନ୍ତି। ଏହି ଟ୍ରେଣ୍ଡ ଖସିବାକୁ ଆହୁରି ମାସେ ଲାଗିବ। ଯଦି ଲୋକେ ସଚେତନ ହୁଅନ୍ତି, ତାହାଲେ ନଭେମ୍ବର ୧୭ ଆଡ଼କୁ ପ୍ଲାଟୋ ସ୍ଥିତିକୁ ଆସିପାରେ ବୋଲି କହୁଛନ୍ତି ବିଶେଷଜ୍ଞ।

Advertisment

ତଥ୍ୟ ଅନୁସାରେ ଅଗଷ୍ଟ ୨୩ରେ ସର୍ବାଧିକ ୬୮,୯୦୬ ଟେଷ୍ଟିଂ ହୋଇଥିଲା। ଯେଉଁଥିରୁ ୨୯୯୩ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତା’ପରେ ୨୬ ଅଗଷ୍ଟରେ ୬୩୨୦୯ ଟେଷ୍ଟିଂରୁ ୩୩୭୧ ପଜିଟିଭ୍ ବାହାରିଥିବା ବେଳେ ୨୭ ଅଗଷ୍ଟରେ ୬୮,୦୯୦ ଟେଷ୍ଟିଂରୁ ଚିହ୍ନଟ ହୋଇଥିଲେ ୩୩୮୪ ଆକ୍ରାନ୍ତ। ହେଲେ ଡେଞ୍ଜର ସେପ୍ଟେମ୍ବରରେ କିନ୍ତୁ କମିଗଲା ଟେଷ୍ଟିଂ ମାତ୍ର।

ଗତ ୩ ଦିନର ତଥ୍ୟକୁ ହିସାବକୁ ନେଲେ ସେପ୍ଟେମ୍ବର ୧୫ ତାରିଖରେ ୪୩,୯୪୦ ଟେଷ୍ଟିଂରୁ ୩୬୪୫ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବର ୧୬ରେ ୫୧,୩୨୦ ଟେଷ୍ଟିଂରୁ ରେକର୍ଡ ସଂଖ୍ୟକ ୪୨୭୦ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଉ ସେପ୍ଟେମ୍ବର ୧୭ରେ ୫୧,୮୨୪ ଟେଷ୍ଟିଂରୁ ଚିହ୍ନଟ ହୋଇଛନ୍ତି ୪୨୪୧ ନୂଆ ଆକ୍ରାନ୍ତ।

Advertisment

ଅର୍ଥାତ ଅଗଷ୍ଟ ତୁଳନାରେ ଏବେ ଦୈନିକ ପାଖାପାଖି ୧୦ ହଜାରରୁ କମ୍‌ ଟେଷ୍ଟିଂ ହେଉଛି। ଯାହାକୁ ନେଇ ବଢିଛି ଚିନ୍ତା। ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ରାଜ୍ୟରେ ଦୈନିକ ୪ ହଜାର ପଜିଟିଭ୍‌ ଟ୍ରେଣ୍ଡ ଏତେଶୀଘ୍ର ଖସିବନି। ଏହା ଅକ୍ଟୋବର ମଝି ଯାଏଁ ଜାରି ରହିବ ଓ ନଭେମ୍ବର ୧୭ ଆଡ଼କୁ କମିବ। ତେଣୁ  ଆସନ୍ତା ୨ ମାସ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନୀରଜ ମିଶ୍ର କହିଛନ୍ତି।

ଏପଟେ ସଂକ୍ରମଣର ବାରୁଦ ଗଦାରେ ବସିଥିବା ରାଜଧାନୀରେ ସାଢ଼େ ୧୭ ହଜାର ପାର୍ କଲାଣି ପଜିଟିଭ୍ ସଂଖ୍ୟା। ୩୦୦ ତଳକୁ ଖସୁନି ଦୈନିକ ସଂକ୍ରମଣ ଟ୍ରେଣ୍ଡ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ରାଜଧାନୀରେ ଏବେ ପିକ୍‌ ଷ୍ଟେଜ୍‌ରେ ରହିଛି। ଆଗକୁ ବ୍ରହ୍ମପୁର ଭଳି ଏଠି ମଧ୍ୟ କାବୁକୁ ଆସିଯିବ ମହାମାରୀ। ହେଲେ ପ୍ଲାଟୋ ସ୍ଥିତିକୁ ଆସିବାକୁ ଅଧିକ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ସେପଟେ କଟକ ସ୍ଥିତି ମଧ୍ୟ ଉଣାଅଧିକେ ସମାନ।

Advertisment

ତେଣେ ଟ୍ୱିନ୍‌ସିଟିରେ କୋଭିଡ୍‌ ନିୟମ ପାଳନରେ ଅତ୍ୟନ୍ତ ଢିଲା ପଣକୁ ଦେଖି ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରି ରାଜ୍ୟ ପୁଲିସ ମୁଖିଆ ଅଭୟଙ୍କୁ ଏହାର ତଦାରଖ ଦାୟିତ୍ୱ ଦେବା ପରେ ଆକ୍ସନ ମୋଡକୁ ଆସିଛି କମିଶନରେଟ୍ ପୁଲିସ।

ଡିଜିପିଙ୍କ ଅଧ୍ୟକ୍ଷତାରେ ଆଜି ଟ୍ୱିନ୍‌ସିଟିର ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଯେଉଁଥିରେ ଅମାନିଆଙ୍କୁ ସାବାଡ୍‌ କରିବାକୁ ନିଆଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏଥିପାଇଁ ଦ୍ୱୈତନଗରୀରେ ନିୟୋଜିତ ହେବେ ଅଧିକ ୫୦ ଅଫିସର ଓ ୫ ପ୍ଲାଟୁନ୍‌ ଆର୍ମଡ୍‌ ପୁଲିସ ଫୋର୍ସ। ଏମାନେ କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ଅଧିକ କ୍ରିୟାଶୀଳ କରାଇବେ। ଭୁବନେଶ୍ୱରକୁ ୩ଟି ଜୋନ୍‌ ବିଭକ୍ତ କରାଯିବ ଓ ପ୍ରତି ଜୋନ୍‌ରେ ଜଣେ ଜଣେ  DCP ନେତୃତ୍ୱ ନେବେ। ଅଧିକ ଟାର୍ଗେଟ୍‌ରେ ରହିବ ହାଟ ଓ ବଜାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ