ଲଗକହଲରୋ
ଭୁବନେଶ୍ୱର: ରାଜ୍ୟରେ କୋଭିଡ ବିରୋଧରେ ଯୁଦ୍ଧ ନସରୁଣୁ ବଦଳିଗଲେ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ୧୯୯୩ ବ୍ୟାଚ୍ ଆଇଏଏସ ନିକୁଞ୍ଜ ବିହାରୀ ଧଳ। ଆଜି ବରିଷ୍ଠ IAS ସ୍ତରରେ ଛୋଟ ଧରଣର ବଦଳି କରି ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର।
ଧଳଙ୍କୁ ଶକ୍ତି ବିଭାଗ ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି। ସେହିଭଳି ଶକ୍ତି ସଚିବ ବିଷ୍ଣୁପଦ ସେଠୀଙ୍କୁ ରାଜସ୍ୱ ବିଭାଗ ସଚିବ ଭାବେ ଅବସ୍ଥାପିତ କରାଯାଇଥିବାବେଳେ ସନ୍ତୋଷ ଷଡ଼ଙ୍ଗୀ ହୋଇଛନ୍ତି ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଜାରି ହୋଇଛି।
ଗତ ଦୁଇ ସପ୍ତାହ ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ବଦଳି କରାଯାଇଥିଲେ ମଧ୍ୟ ନିକୁଞ୍ଜ ଧଳ ସେଠାରେ ପ୍ରମୁଖ ସଚିବ ରୂପେ କାର୍ଯ୍ୟ କରୁଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ଲଗକହଲରୋ_1627286036.jpg)