puri-3
ପୁରୀ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳର କବିର ଭୋଇ, ରୋଗୀଣା ପତ୍ନୀଙ୍କୁ ଟ୍ରଲିରେ ଏସ୍ସିବି ନେବା ଏବଂ ସେଠାରେ ମୃତ୍ୟୁ ଘଟଣାର ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ୍। ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କମିଶନଙ୍କ ପକ୍ଷରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଏସ୍ସିବି ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦେଶ ଦିଆଯାଇଛି। କମିଶନ ସଦସ୍ୟ ଅମିତାଭ ଦାସଙ୍କ ଖଣ୍ଡପୀଠ ପକ୍ଷରୁ ଏହି ମାମଲାରେ ନୋଟିସ ଜାରି କରାଯାଇଛି। ଆସନ୍ତା ନଭେମ୍ବର ୧୨ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଛି।
ଗତ କିଛି ଦିନ ତଳେ ରୋଗୀଣା ପତ୍ନୀଙ୍କୁ ପୁରୀରୁ ଟ୍ରଲିରେ ବସାଇ ଏସ୍ସିବି ନେଇଥିଲେ କବିର ଭୋଇ। ପୁରୀ ଜିଲ୍ଲାର ବିଭିନ୍ନ ମେଡ଼ିକାଲ୍ରେ ତାଙ୍କ ପତ୍ନୀଙ୍କ ସଠିକ୍ ଚିକିତ୍ସା ହୋଇନପାରିବାରୁ ବାଧ୍ୟ ହୋଇ ଦୈନିକ ୫୦ ଟଙ୍କା ଆକାରରେ ଏକ ଟ୍ରଲିକୁ ଭଡ଼ା କରି ସେଥିରେ ବସାଇ ପତ୍ନୀଙ୍କୁ ଏସ୍ସିବି ନେଇଥିଲେ କବିର। କିନ୍ତୁ ଏସ୍ସିବିରେ ଚିକିତ୍ସିତ ଅବସ୍ଥାରେ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/puri-3-1_1625206083.jpg)