Odisha Higher Education Crackdown Photograph: (OTV)
କାର୍ଯ୍ୟରେ ଅବହେଳା, ବରଦାସ୍ତ କରିବେନି ସରକାର। ତା’ ପୁଣି ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରତି ଅବହେଳା କରୁଥିବ ଅଧ୍ୟପକ ଓ ଅଧ୍ୟାପିକାମାନେ ବର୍ତ୍ତି ପାରିବେନି।
ଖଟି କରୁଥିବା ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। କଲେଜରେ କ୍ଲାସ ନକରି ଖଟି କରୁଥିଲେ ଆକ୍ସନ୍ ନେବ ଉଚ୍ଚଶିକ୍ଷା ବିଭାଗ। କଠୋର କାର୍ଯ୍ୟାନୁଷ୍ଠାନ ସହ ବନ୍ଦ ହୋଇପାରେ ଦରମା। ଏ ନେଇ ସବୁ ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ।
ଉଚ୍ଚଶିକ୍ଷା ବିଭାଗର ଅନୁଧ୍ୟାନ ବେଳେ ନଜରକୁ ଆସିଥିଲା ଅବହେଳା। ଗତ ୨୯ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ଏକ ଟିମ୍ କଟକ ଜିଲ୍ଲାର ଦୁଇଟି ସଂସ୍କୃତ ଅନୁଦାନପ୍ରାପ୍ତ କଲେଜକୁ ପରିଦର୍ଶନ କରିବା ପାଇଁ ଯାଇଥିଲେ।
ଏହି ସମୟରେ ଅଧ୍ୟାପକମାନେ ଖଟି କରୁଥିବାର ଦେଖିଥିଲେ ଅଧିକାରୀ। କ୍ଲାସ୍ ନକରି ଅଧ୍ୟାପକ ଚେୟାର ବସି ମୋବାଇଲ୍ ରେ ବ୍ୟସ୍ତ ଥିଲେ। ସରକାରଙ୍କ ନିୟମ ଓ ନିର୍ଦ୍ଦେଶାବଳୀର ବ୍ୟାପକ ଉଲ୍ଲଂଘନ ନଜରକୁ ଆସିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/31/odisha-higher-education-crackdown-2026-01-31-13-09-33.jpg)