Advertisment

ପ୍ରତି ଜିଲ୍ଲାରେ କୋଭିଡରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ସବିଶେଷ ତଥ୍ୟ ଦିଅ-ହାଇକୋର୍ଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ମୃତ୍ୟୁ ସଂପର୍କରେ ସବିଶେଷ ତଥ୍ୟ ମାଗିଛନ୍ତି ହାଇକୋର୍ଟ । ପ୍ରତି ଜିଲ୍ଲାରେ କୋଭିଡରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ସେନେଇ ସବିଶେଷ ତଥ୍ୟ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କୋଭିଡ ମୃତ୍ୟୁ…

ଅଦ୍ୟତନ ହୋଇଛି
ପ୍ରତି ଜିଲ୍ଲାରେ କୋଭିଡରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ସବିଶେଷ ତଥ୍ୟ ଦିଅ-ହାଇକୋର୍ଟ

high court

Advertisment

ଭୁବନେଶ୍ୱର: ରାଜ୍ୟରେ କୋଭିଡ ମୃତ୍ୟୁ ସଂପର୍କରେ ସବିଶେଷ ତଥ୍ୟ ମାଗିଛନ୍ତି ହାଇକୋର୍ଟ । ପ୍ରତି ଜିଲ୍ଲାରେ କୋଭିଡରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ସେନେଇ ସବିଶେଷ ତଥ୍ୟ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟାର ସଠିକ ନିରୂପଣ ପାଇଁ ସ୍ୱତନ୍ତ୍ର ଅଡିଟ କରାଇବା ଦାବିରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରି କୋର୍ଟ ଏହି ତଥ୍ୟ ମାଗିଛନ୍ତି । ମାମଲାଟି ଆଇନ ଅନୁଯାୟୀ ଦାୟର ହୋଇନଥିବାରୁ ଏହାକୁ ଖାରଜ କରିଛନ୍ତି କୋର୍ଟ । ତେବେ କୋଭିଡ ମୃତ୍ୟୁ ସଂଖ୍ୟାରେ ସରକାରୀ ତଥ୍ୟରେ ତାଳମେଳ ରହୁନଥିବା ପ୍ରସଙ୍ଗକୁ କୋର୍ଟ ଗୁରୁତ୍ୱ ଦେଇଛନ୍ତି ।

ଏହି ମାମଲାଟି ଖାରଜ ହୋଇଥିଲେ ମଧ୍ୟ ଏ ସମ୍ପର୍କିତ ଅନ୍ୟ ଏକ ମାମଲାର ଶୁଣାଣିରେ ଏହି ତଥ୍ୟ ଉପସ୍ଥାପନ କରିବାକୁ ଆଡଭୋକେଟ ଜେନେରାଲଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୃତ୍ୟୁ ସଂଖ୍ୟା ବିବାଦ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏ ପ୍ରସଙ୍ଗରେ ତଦନ୍ତ କରିଛନ୍ତି କି ନାହିଁ ତାହା ମଧ୍ୟ କୋର୍ଟ ଜଣାଇବାକୁ କହିଛନ୍ତି । ଆସନ୍ତା ଜୁଲାଇ ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ