Advertisment

ଘରୋଇ ସ୍କୁଲ୍‌ ଫି ବୃଦ୍ଧି ନିଷ୍ପତ୍ତି ଅଦାଲତଙ୍କ ଉପରେ ଛାଡ଼ିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଘରୋଇ ସ୍କୁଲ୍‌ଗୁଡ଼ିକର ଫି ବୃଦ୍ଧି ପ୍ରସଙ୍ଗରେ ନିଜେ ହାତ ଟେକିଦେଇ ଅଦାଲତ ଭରସାରେ ଛାଡ଼ିଦେଲେ ରାଜ୍ୟ ସରକାର। କେତେ ପରିମାଣର ଫି ବୃଦ୍ଧି କରାଯିବ ସେନେଇ ଓଡ଼ିଶା ଏଜୁକେସନ ଆକ୍ଟରେ କୌଣସି ବ୍ୟବସ୍ଥା ନାହିଁ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଘରୋଇ ସ୍କୁଲ ଫି ବୃଦ୍ଧି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଏଭଳି ଜବାବ ଦାଖଲ କରି ଦର୍ଶାଯାଇଛି। ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ ଯୋଗୁ ଅଭିଭାବକଙ୍କ ଆର୍ଥିକ ସ୍ଥିତି ଠିକ ନାହିଁ। ଏସବୁ […]

ଘରୋଇ ସ୍କୁଲ୍‌ ଫି ବୃଦ୍ଧି ନିଷ୍ପତ୍ତି ଅଦାଲତଙ୍କ ଉପରେ ଛାଡ଼ିଲେ ରାଜ୍ୟ ସରକାର

high-court

Advertisment

ଭୁବନେଶ୍ୱର: ଘରୋଇ ସ୍କୁଲ୍‌ଗୁଡ଼ିକର ଫି ବୃଦ୍ଧି ପ୍ରସଙ୍ଗରେ ନିଜେ ହାତ ଟେକିଦେଇ ଅଦାଲତ ଭରସାରେ ଛାଡ଼ିଦେଲେ ରାଜ୍ୟ ସରକାର। କେତେ ପରିମାଣର ଫି ବୃଦ୍ଧି କରାଯିବ ସେନେଇ ଓଡ଼ିଶା ଏଜୁକେସନ ଆକ୍ଟରେ କୌଣସି ବ୍ୟବସ୍ଥା ନାହିଁ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଘରୋଇ ସ୍କୁଲ ଫି ବୃଦ୍ଧି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଏଭଳି ଜବାବ ଦାଖଲ କରି ଦର୍ଶାଯାଇଛି।

Advertisment

ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ ଯୋଗୁ ଅଭିଭାବକଙ୍କ ଆର୍ଥିକ ସ୍ଥିତି ଠିକ ନାହିଁ। ଏସବୁ କାରଣରୁ ଫି ବୃଦ୍ଧି ପ୍ରସଙ୍ଗରେ ସରକାର, ଅଭିଭାବକ ସଂଘ, ଘରୋଇ ସ୍କୁଲ ଓ ଶିକ୍ଷକ ସଂଘର ମିଳିତ ବୈଠକର ସହମତି ଅନୁଯାୟୀ କାର୍ଯ୍ୟକାରୀ କରାଯିବ ବୋଲି କୋର୍ଟଙ୍କୁ ଜଣାଇଛନ୍ତି ରାଜ୍ୟ ସରକାର। ତେଣୁ ଫି ବୃଦ୍ଧି ପ୍ରସଙ୍ଗରେ ନିଜ ଆଡୁ ଅଦାଲତ ନିଷ୍ପତ୍ତି ନିଅନ୍ତୁ ବୋଲି ସରକାରଙ୍କ ପକ୍ଷରୁ କୁହଯାଇଛି। ଆସନ୍ତା ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ