Naxal Surrender New Rule Photograph: (OTV)
ଅନ୍ୟ ରାଜ୍ୟର ନକ୍ସଲ, ଓଡ଼ିଶାରେ କରିପାରିବେ ସରେଣ୍ଡର୍। ନକ୍ସଲମୁକ୍ତ ଦେଶ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ନୂଆ ରୋଡ୍ ମ୍ୟାପ୍। ୨ ମାସରେ ଦ୍ୱିତୀୟ ଥର ପାଇଁ ସଂଶୋଧିତ ହୋଇଛି ମାଓବାଦୀଙ୍କ ଥଇଥାନ ପ୍ୟାକେଜ୍। ଏଥିରେ କିଛି ନୂଆ ବ୍ୟବସ୍ଥା କରାଯିବା ସହ ନକ୍ସଲଙ୍କୁ ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ବ୍ୟବସ୍ଥା କରାଯାଉଛି।
ଓଡ଼ିଶା ବାହାରେ ସକ୍ରିୟ ଥିବା ନକ୍ସଲ ଓଡ଼ିଶାରେ ସରେଣ୍ଡର କରିପାରିବେ। ଓଡ଼ିଶା ସରକାରଙ୍କ ନକ୍ସଲ ସରେଣ୍ଡର୍ ପ୍ୟାକେଜ୍ ସେମାନଙ୍କୁ ମିଳିବ। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ଏନେଇ ବିଜ୍ଞପ୍ତି।
ଥଇଥାନ ପ୍ୟାକେଜ ବା ପୁନର୍ବାସ ନୀତିରେ ନୂଆ ନିୟମ ଅନୁସାରେ ସବୁ ପ୍ରକାର ସୁବିଧା ସୁଯୋଗ ଦିଆଯିବ। ଆତ୍ମ ସମର୍ପଣର ୬୦ ଦିନ ସୁଦ୍ଧା ମିଳିବ ଥଇଥାନ। ତାସହ ମୁଣ୍ଡ ଜାମିନ ପୁରସ୍କାର ରାଶିକୁ ଅଧିକ ଆକଷଣୀୟ କରାଯାଇଛି। ଫଳରେ ଅଧିକରୁ ଅଧିକ ନକ୍ସଲ ହିଂସା ଛାଡ଼ି ମୁଖ୍ୟସ୍ରୋତକୁ ଫେରିବେ।
ଏବେ ନକ୍ସଲ ସରେଣ୍ଡର କଲେ ଯଦି ସେ, କେନ୍ଦ୍ରୀୟ କମିଟି ବା ପଲିଟବ୍ୟୁରୋ ସଭ୍ୟ ହେଇଥିଲେ ସର୍ବାଧିକ ୧ କୋଟି ୧୦ ଲକ୍ଷ ଟଙ୍କା ମିଳୁଛି। ତା’ ସହ ରାଜ୍ୟ କମିଟି ସଦସ୍ୟ ହେଇଥିଲେ ୫୫ ଲକ୍ଷ, ଆଂଚଳିକ କମିଟି ସଭ୍ୟ ହୋଇଥିଲେ ମିଳିବ ୩୩ ଲକ୍ଷ ଟଙ୍କା। ୫ ଲକ୍ଷରୁ ଅଧିକ ପୁରସ୍କାର ଥିବା ନକ୍ସଲଙ୍କୁ ଅତିରିକ୍ତ ୧୦ ଲକ୍ଷ ଫିକ୍ସଡ୍ ଡିପୋଜିଟ୍ ମିଳିବ।
ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କ୍ୟାଡରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ରହିଛି। LMG ବନ୍ଧୁକ ସହ ସରେଣ୍ଡର୍ କଲେ ୪.୯୫ ଲକ୍ଷ, AK-47 ପାଇଁ ୩.୩୦ ଲକ୍ଷ ଟଙ୍କା, ଇନସାସ୍ ବା SLR ରାଇଫଲ୍ ପାଇଁ ୧.୬୫ ଲକ୍ଷ ଟଙ୍କା, ଗୋଟିଏ ଗ୍ରେନେଡ୍ ପାଇଁ ୫୫୦ ଟଙ୍କା ଥିବା ବେଳେ ପ୍ରତି ଗୁଳି ପାଇଁ ୫୫ ଟଙ୍କା ପୁରସ୍କାର ବି ରହିଛି।
ଖାଲି ସେତିକି ନୁହେଁ ଅସ୍ତ୍ର ନଥାଇ ଆତ୍ମସମର୍ପଣ କଲେ ଅତିରିକ୍ତ ୨୫ ହଜାର ଟଙ୍କା ମିଳିବ। ଚଳିତ ମାର୍ଚ୍ଚ ଶେଷ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ଲକ୍ଷ୍ୟ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/11/naxal-surrender-new-rule-2026-02-11-11-42-36.jpg)